fbpx

ଲଙ୍କା ଶୁଙ୍ଘି କୋମାକୁ ଗଲେ ଯୁବତୀ: ୬ ମାସ ଧରି ମେଡିକାଲରେ ପଡିଛନ୍ତି , ଫେରିବାର ଆଶା କମ୍…

ଆମ ନିତିଦିନିଆ ଖାଦ୍ୟରେ ଲଙ୍କାର ଚାହିଦା ଅଧିକ । ଡ଼ାଲି, ତରକାରୀ କିମ୍ବା ଅଧିକାଂଶ ବ୍ୟଞ୍ଜନରେ ଲଙ୍କା ବ୍ୟବହାର କରାଯାଇଥାଏ । ସେଥିପାଇଁ ଭାତର ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ଲଙ୍କା ଚାଷ ଅଧିକ କରାଯାଏ । ଲଙ୍କା ବ୍ୟବସାୟ କରି ଲୋକେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ଲଙ୍କା ଶୁଙ୍ଘି ଜଣେ ଯୁବତୀ କୋମାକୁ ଚାଲି ଯାଇଛନ୍ତି ।

ଏଭଳି ଖବରକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ୨୫ ବର୍ଷୀୟା ଥାଇସ୍ ମେଡେଇରୋସ୍ ନାମ୍ନୀ ଜଣେ ଯୁବତୀ ବ୍ରାଜିଲରେ ରୁହନ୍ତି । ଦିନେ ସେ ତାଙ୍କ ମାଆଙ୍କୁ ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରୁଥିଲେ । ଏହି ସମୟରେ ଥାଇସ୍ ମାଙ୍କ ସହ କଥା ହେଉଥିବା ବେଳେ ଏକ ରାଗୁଆ ଲଙ୍କାକୁ ଶୁଙ୍ଘିବା ସହ ତାକୁ ନାକରେ ରଗଡି ଦେଇଥିଲେ । ପରେ ତାଙ୍କ ଅବସ୍ଥା ବିଗିଡ଼ି ଗଲା ।

ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ହସପିଟାଲକୁ ନେଲେ । ହେଲେ ସେ କୋମାକୁ ଚାଲିଗଲେ । କିଛି ମାସ ଧରି ହସ୍ପିଟାଲରେ ଚିକିତ୍ସାଧୀନ ରହିଲେ । ଟିକେ ସୁସ୍ଥ ହେବା ପରେ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଲେ । କିଛି ଦିନ ପରେ ପୁଣି ତାଙ୍କ ଦେହ ଖରାପ ହେବାକୁ ଲାଗିଲା । ତାଙ୍କୁ ପୁନଶ୍ଚ ହସ୍ପିଟାଲରେ ଭର୍ତ୍ତି କରାଗଲା ।

ପରୀକ୍ଷା ନିରୀକ୍ଷା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖିବାକୁ ମିଳିଲା । ଯେମିତି କି, ସ୍ମୃତିଶକ୍ତି ହରାଇବା ସହ ଦୃଷ୍ଟିଶକ୍ତି କମିବା ଓ ଦୁର୍ବଳ ଅନୁଭବ କରୁଥିଲେ । ଏହି ଘଟଣାଟି ଫେବୃୟାରୀ ମାସରେ ଘଟିଥିଲା । ଜୁଲାଇରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ଏବେ ବି ସେ ହସ୍ପିଟାଲ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.