fbpx

(Video) ଟିଭିରେ ଲାଇଭ୍ ଥିବା ବେଳେ ମହିଳା ଆଙ୍କର ଗିଳିଦେଲେ ମାଛି, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବୋଷ୍ଟନ: ସୋସିଆଲ ମିଡିଆରେ ଏବେ ଜଣେ ମହିଳା ଆଙ୍କରଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣକ ଲାଇଭ୍ ଟେଲିକାଷ୍ଟ ସମୟରେ ଭୁଲ୍‌ରେ ଏକ ମାଛି ଗିଳି ଦେଇଛନ୍ତି । ଏହା ବୋଷ୍ଟନ ୨୫ ନ୍ୟୁଜ୍ ର ଆଙ୍କରଙ୍କ କ୍ଷେତ୍ରରେ ଘଟିଛି । ସ୍କାଇନ୍ୟୁଜ୍ ରିପୋର୍ଟ ଅନୁସାରେ ମହିଳା ଆଙ୍କର ଭାନେସା ବେଲ୍‌ଚ ଗତ ସପ୍ତାହରେ ନ୍ୟୁଜ୍‌କାଷ୍ଟ ହୋଷ୍ଟ କରୁଥିଲେ । ଏହି ସମୟରେ ହଠାତ୍ ଏକ ମାଛି କେଉଁଆଡୁ ଆସି ତାଙ୍କ ଆଖିପତାରେ ବସି ଯାଇଥିଲା । ଭାନେସା କିଛି କରିବା ପୂର୍ବରୁ ମାଛିଟି ମୁହୂର୍ତ୍ତକ ମଧ୍ୟରେ ଆସି ତାଙ୍କ ପାଟିରେ ପଶିଯାଇଥିଲା । ଏହି ପୁରା ଘଟଣାର ଭିଡିଓ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ଏବେ ଏହା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି ।

ତେବେ ଭାନେସା ମାଛିଟିକୁ ଢୋକି ଦେଇଥିଲେ ବି ଆଙ୍କରିଂ ବନ୍ଦ କରି ନ ଥିଲେ । ଏପରି ସ୍ଥିତିରେ ବି ଆଙ୍କରିଂ ବନ୍ଦ କରି ନ ଥିବାରୁ ବହୁ ୟୁଜର୍ସ ତାଙ୍କ ପ୍ରଶଂସା କରିଛନ୍ତି । ବହୁ ୟୁଜର୍ସ ତାଙ୍କୁ ବେଶ୍ ପ୍ରଫେସନାଲ ବୋଲି କହି ପ୍ରଶଂସା କରିଛନ୍ତି । ଏପରି ସମୟରେ ସେ ଆଦୌ ବିବ୍ରତ ହୋଇ ନ ଥିଲେ କି ରହି ବି ଯାଇ ନ ଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଅଢେଇ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି ।

Get real time updates directly on you device, subscribe now.