fbpx

ସାଧାରଣତନ୍ତ୍ର ଦିବସରେ ଲଜ୍ଜା: ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ଚୁଟି କାଟି-ଜୋତା ମାଳ ପିନ୍ଧାଇ ଗଳିରେ ବୁଲାଇଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରି ଏକ ପବିତ୍ର ଦିନରେ ରାଜଧାନୀ ଦିଲ୍ଲୀରେ ଜଣେ ମହିଳା ଅପହରଣ ପରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଅନେକ ଅତ୍ୟାଚାର କରାଯାଇଛି । ଏହି ଘଟଣା ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଘଟିଛି । ପୋଲିସ୍ କହିବା କଥା ଯେ, ଏହି ଘଟଣା ମହିଳାଙ୍କ ବ୍ୟକ୍ତିଗତ ଶତ୍ରୁତାର ପରିଣାମ । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ମହିଳାଙ୍କ ବାଳ କାଟିବା ସହିତ ବେକରେ ଜୋତା ମାଳ ପକାଇ ରାସ୍ତାରେ ଚଲାଇବାକୁ ବାଧ୍ୟ କରାଯାଇଛି ।

ସୂଚନା ଯେ, ପୀଡ଼ିତା ଜଣକ ବିବାହିତା ହୋଇଥିବା ସହିତ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି । ନଭେମ୍ବର ମାସରେ ପଡ଼ୋଶୀରେ ରହୁଥିବା ଜଣେ ଯୁବକ ତାଙ୍କ ପିଛା କରୁଥିଲା । ଯିଏକି ପରେ ଆତ୍ମହତ୍ୟା କରିଦେଇଥିଲା । ହେଲେ ଉକ୍ତ ଯୁବକଙ୍କ ଆତ୍ମହତ୍ୟା ପଛରେ ପୀଡ଼ିତା ମହିଳାଙ୍କୁ ଦାୟୀ କରିଥିଲେ । ଏହି ଘଟଣାର ସୂଚନା ମହିଳାଙ୍କ ସାନ ଭଉଣୀ ପୋଲିସ୍ କୁ ଦେଇଥିଲେ । ବର୍ତ୍ତମାନ ମହିଳାଙ୍କ କାଉନ୍ସିଲିଂ କରାଯାଉଛି ।

ପୋଲିସ୍ କହିଛି ଯେ, ବ୍ୟକ୍ତିଗତ ଶତ୍ରୁତା କାରଣରୁ ମହିଳା ଜଣକ ଗଣଦୁଷ୍କର୍ମ ପରି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ଶିକାର ହୋଇଛନ୍ତି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଜାରୀ ରହିଛି ।

Get real time updates directly on you device, subscribe now.