fbpx

ନିଜ ଦେହରେ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ମହିଳା, ଭାଇରାଲ୍ ହେଉଛି ମୋଦୀଙ୍କୁ ଲେଖିଥିବା ଚିଠି

ଆଗ୍ରା: ଜଣେ ମହିଳା ନିଜ ଦେହରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ଆଗ୍ରାର ଫାଉଣ୍ଡ୍ରୀ ନଗରର ବିଦ୍ୟାପୁରମ୍ ଅଞ୍ଚଳରେ । ତେବେ ଆତ୍ମହତ୍ୟା କରିବାର କାରଣ ଘରୋଇ ବିବାଦ ବୋଲି କୁହାଯାଉଛି । ଏଥି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଲେଖିଥିବା ଏକ ଚିଠି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ପୁଲିସ୍ ର କହିବା ମୁତାବକ ଏହି ଚିଠିଟି କିଛି ଦିନ ତଳର । ତେବେ ଘଟଣା ସ୍ଥଳରେ କିନ୍ତୁ ଚିଠିଟି ପୁଲିସ୍ ହାତରେ ଲାଗିଛି ।

ସୂଚନା ମୁତାବକ, ୩୦ ବର୍ଷୀୟା ମହିଳା ଦ୍ୱିବେଦୀଙ୍କ ରୁମ୍ ରୁ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ଶୁଣି ତାଙ୍କର ପରିବାର ଲୋକେ ଦୌଡି ଯାଇ ଦେଖିଥିଲେ । କିନ୍ତୁ କବାଟ ଭିତର ପଟରୁ ବନ୍ଦ ଥିଲା । ଏହାପରେ କବାଟ ଭାଙ୍ଗି ଦେଖିବା ବେଳକୁ ଦ୍ୱିବେଦୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଛନ୍ତି । ପୁଲିସ୍ ଖବର ପାଇ ପହଞ୍ଚିଥିଲା । ରୁମରେ ଖୋଜାଖୋଜି ପରେ ଏକ ରିଭରଭଲ୍ ମିଳିଥିଲା । ଯାହା ୨୫ ବର୍ଷ ପୁରୁଣା ଥିଲା ।

ତେବେ ମୃତ ଦ୍ୱିବେଦୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠିରେ ନିଜ ଦୁଃଖ ବିଷୟରେ ଲେଖିଛନ୍ତି । ସେ ନିଜର ଶେଷ ଇଛା ବିଷୟରେ ଚିଠିରେ ଉଲ୍ଳେଖ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଶେଷ ଇଛା ହେଉଛି ପ୍ରଧାନମନ୍ତ୍ରୀଙ୍କୁ ଥରେ ଭେଟିବେ । ଆଗକୁ ସେ ଲେଖିଛନ୍ତି ଯେ, ସେ ଏକ ଗରିବ ପରିବାରର । ୧୬ ବର୍ଷ ବୟସରେ ତାଙ୍କର ବିବାହ କରିଦିଆଯାଇଥିଲା । ମା’ଙ୍କର ଦେହାନ୍ତ ଛୋଟ ବେଳରୁ ହିଁ ହୋଇଯାଇଥିଲା । ଆଉ ନିଜ ସ୍ୱାମୀଙ୍କ ବିଷୟରେ କହିଛନ୍ତି ଯେ, ସେ ବହୁତ ସିଧା ମଣିଷ । ଏହି କାରଣରୁ ଦିଅର ଓ ଭାଉଜ ତାଙ୍କୁ ଖୁବ୍ ହଇରାଣ କରୁଛନ୍ତି । ଆସିବା ଦିନଠାରୁ ତାଙ୍କୁ ମାରପିଟ୍ କରୁଛନ୍ତି । ତେବେ ସେ ବିଜେପି ନେତାଙ୍କ ସମ୍ପର୍କରେ ଥିବାରୁ ତାଙ୍କ ନାମରେ ପୁଲିସ୍ ରେ ଏଫଆଇଆର୍ ଦେବା ପରେ ବି ପୁଲିସ୍ ଫାଇଲ୍ କରିବ ନାହିଁ । ବର୍ତ୍ତମାନ ପୁଲିସ୍ ଏହି ଚିଠି ଆଧାରରେ କୌଣସି ତଦନ୍ତ ଆରମ୍ଭ କରିନାହିଁ । ପୁଲିସ୍ ର କହିବା କଥା ଯେ, ଖୋଜାଖୋଜି କରିବା ସମୟରେ ଚିଠି ତାକୁ ମିଳିନାହିଁ ।

Get real time updates directly on you device, subscribe now.