fbpx

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବାଲେଶ୍ଵର: (ଓଡ଼ିଶା ଭାସ୍କର) ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ ଅର୍ଜୁନପୁର ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ୪୨ବର୍ଷୀୟ ପତ୍ନୀ ବାସନ୍ତୀ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଛନ୍ତି।ଖଇରା ପୋଲିସ ଘଟଣାସ୍ତଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଛି। ଶୁଶୁରଘର ଲୋକେ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଥିବା କହୁଥିବା ବେଳେ ବାପଘର ଲେକେ ବାସନ୍ତୀକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ପରେ ଖଇରା ପୋଲିସ ତଦନ୍ତ ଆରମ୍ଭ କରିଛି । ବାସନ୍ତୀଙ୍କ ଭାଉଜଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ୨୧ ବର୍ଷ ତଳେ ତାଙ୍କ ନଣନ୍ଦର ବିବାହ ପ୍ରଫୁଲ୍ଲଙ୍କ ସହ ହୋଇଥିଲା । ବିବାହ ପରଠାରୁ ନଣନ୍ଦଙ୍କୁ ଶାରିରୀକ ମାନସିକ ନିର୍ଯାତନା ଦିଆଯିବା,କୌଣସି କଥାରେ ପ୍ରତିବାଦ କଲେ ଗରମ ଖଡିକାରେ ଚେଙ୍କ ଦିଆଯାଇଥିଲା । ପୂର୍ବରୁ ବିଭିନ୍ନ ସମୟରେ ଏହିଭଳି କିଛି ଅତ୍ୟାଚାର ଘଟଣାର ସମାଧାନ କରାଯାଇଥିବା ନେଇ ସମାଧାନରେ ଉଲ୍ଲେଖ କରାଯାଇଛି । ଏହି ହତ୍ୟା ଘଟଣାରେ ସାମିଲ ଥିବା ସ୍ଵାମୀ, ଶୁଶୁର ଓ ଶାଶୁଙ୍କୁ ଗିରଫ କରିବାକୁ ବାପଘର ଲୋକେ ଦାବୀ କରିଛନ୍ତି । ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଛି ଖଇରା ପୋଲିସ।

Get real time updates directly on you device, subscribe now.