fbpx
BSKY SKY
BSKY SKY

ଏହି ଦେଶମାନଙ୍କରେ ମହିଳାମାନେ ଅଧିକ ସୁରକ୍ଷିତ, ଜାଣନ୍ତୁ କେଉଁଠି

BSKY

ମହିଳାଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏପରି ବହୁତ କମ ଦେଶ ରହିଛି, ଯେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର, ହିଂସା ଆଦି ଅଭିଯୋଗ ନାହିଁ । ସଂପ୍ରତି ମହିଳାମାନେ ଘରୁ ଏକୁଟିଆ ବାହାରିବା ମଧ୍ୟ ବିପଦଜନକ । ଦୁନିଆଁର ଏପରି କିଛି ଦେଶ ରହିଛି ଯେଉଁଠି ମହିଳାମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସହିତ ଜୀବନକୁ ଉପଭୋଗ କରିଥାନ୍ତି ।

ଫିନଲ୍ୟାଣ୍ଡ: ପ୍ରକୃତିପ୍ରେମୀଙ୍କ ପାଇଁ ଫିନଲ୍ୟାଣ୍ଡ ଏକ ଉପଯୁକ୍ତ ସ୍ଥାନ । ଏହାର ନ୍ୟାସନାଲ ପାର୍କ, ଘଞ୍ଚ ଜଙ୍ଗଲ, ବୃହତ ହ୍ରଦ ଆଦି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରୁ ୱାର୍ଲ୍ଡ ଇକୋନୋମିକ ଫୋରମ୍ ପକ୍ଷରୁ ଫିନଲ୍ୟାଣ୍ଡକୁ ୟୁରୋପର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ଦର୍ଶାଯାଇଛି ।

କାନାଡ଼ା: କାନାଡ଼ାର ପୁରୁଣା ଜଙ୍ଗଲ, ବରଫ ଦ୍ୱାରା ଆବୃତ୍ତ ପର୍ବତ, ସୁନ୍ଦର ସହର ଓ ବୃହତ୍ ହୃଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏକାକୀ ମହିଳାମାନେ ଯାତ୍ରା କରିବା ପାଇଁ ଏହି ଦେଶ ଏକ ସୁରକ୍ଷିତ ସ୍ଥାନ । ଆମେରିକୀୟ ଦେଶମାନଙ୍କ ମଧ୍ୟରେ କାନାଡ଼ାକୁ ମହିଳାଙ୍କ ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ କରାଯାଏ ।

ନ୍ୟୁଜିଲାଣ୍ଡ: ଯେଉଁମାନେ ପ୍ରକୃତିକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ନ୍ୟୁଜିଲାଣ୍ଡ ଏକ ସ୍ୱତନ୍ତ୍ର ଦେଶ । ଦୁଇଟି ମୁଖ୍ୟ ଦ୍ୱୀପପୁଞ୍ଜକୁ ନେଇ ଏଇ ଛୋଟ ଗଠିତ । ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଆଣ୍ଡ ପିସର ରିପୋର୍ଟ ଅନୁଯାୟୀ, ନ୍ୟୁଜିଲାଣ୍ଡ ହେଉଛି ଦେଶର ଚତୁର୍ଥ ସୁରକ୍ଷିତ ଦେଶ । ମହିଳାଙ୍କ ସୁରକ୍ଷା ପାଇଁ ନ୍ୟୁଜିଲାଣ୍ଡକୁ ବିଶ୍ୱର ଶ୍ରେଷ୍ଠ ଦେଶ ଭାବେ ଅନେକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଅଷ୍ଟ୍ରେଲିଆ: ପରିଭ୍ରମଣ ପାଇଁ ଅଷ୍ଟ୍ରେଲିଆ ହେଉଛି ଏକ ପରଫେକ୍ଟ ସ୍ଥାନ । ଏଠାରେ ପହଞ୍ଚିବା ପରେ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ ବୋଲି ଏଠାକାର ଅଧିବାସୀମାନେ କୁହନ୍ତି । ବରଫାବୃତ ପାହାଡ଼, ସବୁଜ ଘଞ୍ଚ ଜଙ୍ଗଲ, ହ୍ରଦର ଜଳରାଶି ଅଷ୍ଟ୍ରେଲିଆର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ମହିଳାମାନେ ଏକାକି ପରିଭ୍ରମଣ କରିବା ନେଇ ଇଣ୍ଟରନ୍ୟାସଲ ୱିମେନ ଟ୍ରାଭେଲ ସେଣ୍ଟର ପକ୍ଷରୁ ଅଷ୍ଟ୍ରେଲିଆକୁ ଚତୁର୍ଥ ସ୍ଥାନରେ ରଖାଯାଇଛି ।

Get real time updates directly on you device, subscribe now.