fbpx

ରାଶିଫଳ (ବୁଧବାର ,୧୦ ମାର୍ଚ୍ଚ ,୨୦୨୧)

ମେଷ : କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୂର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ ।

ବୃଷ : ଶୁଭଦିନ ରହିବ ତେଣୁ ଟଙ୍କା ପଇସାକୁ ନେଇ ଚିନ୍ତା କମିବ, ଲୋକସମ୍ପର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ, ଶୁଭରେ ଶୁଭରେ ଦିନ କଟିବ, ଅଶାଜନକ ପରିବେଶ ପରିସ୍ଥିତି ରହିବ, ସୁଖଶାନ୍ତିରେ ସମୟ କଟିବ ।

ମିଥୁନ : ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ, ପରିବାରରେ ଭୁଲ୍ ବୁଝାବଣା ରହିବ, ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ ଓ ମନ ବିଚଳିତ ରହିବ ।

କର୍କଟ : ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ପ୍ରକାର କର୍ମ ସମ୍ବନ୍ଧୀୟ ଶୁଭ ଖବର ମିଳିବ, ଆୟ ମନମୁତାବକ ହେବ, କିଛି ଯୋଜନାରେ ସଫଳ ହେବେ ଚେଷ୍ଟା ଜାରି ରଖନ୍ତୁ ।

ସିଂହ : କୌଣସି ଅତୀତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଶ ଭଲ ରହିବ, ପରିଶ୍ରମ ମୁତାବକ ଫଳ ମିଳିବ, କିନ୍ତୁ ମନ ବିଚଳିତ ରହିବ, କୌଣସି ପ୍ରକାରର ଆଶା ପୂରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ ।

କନ୍ୟା : କର୍ମ ଏବଂ ଅର୍ଥ ଚିନ୍ତା ଦୂରହେବ, କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ, ଜାଗାବାଡି ଏବଂ ନୂତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ସୃଷ୍ଟି ହେବ, ମନ ଏବଂ ସ୍ୱାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର ପାଠ ପ୍ରତି ଆଗ୍ରହ କମ୍ ରହିବ ।

ତୁଳା : କୌଣସି ଚିନ୍ତା ମନକୁ ଦୁର୍ବଳ କରିଦେବ, ଆମିଷ ଖାଇବେ ନାହିଁ ଏବଂ ଲକ୍ଷ୍ମୀଙ୍କର ସ୍ତୁତି ପଢନ୍ତୁ କିମ୍ବା ଶୁଣନ୍ତୁ, ଆଜି ସମୟ ସାଥ ଦେବ ନାହିଁ ତେଣୁ ନିଜର ପ୍ରିୟ ଭଗବାନଙ୍କୁ ଦର୍ଶନକରି ଅଦା ଖଣ୍ଡେ ପାଟିରେ ରଖି ଦିନ କାଟନ୍ତୁ, ମନର ଆଶା ପୁରଣ ହେବ ।

ବିଛା : ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଆଶ୍ୱସ୍ତି ମିଳିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆତ୍ମବଳ ଅଧିକ ରହିବ ।

ଧନୁ : ଆଜି ଶୁଭ ଦିନ ରହିଛି ମନର ଆଶା ପୂରଣ ହେବ, ଚେଷ୍ଟା କରୁଥିବା କାମରେ ସଫଳ ହେବେ, ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ, କୌଣସି ପ୍ରକାରର ଆଶା ପୂରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ ।

ମକର : କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହୋଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବା ଫଳରେ ମନ ଅଶାନ୍ତ ରହି ସଠିକ୍ ନିଷ୍ପତ୍ତି ନେଇ ନପାରି ମନ ଦୁଃଖ ହେବ, ଅନୁକୁଳ ସମୟ ରହିବ, ମନର ଆଶା ପୂରଣ ହେବ ।

କୁମ୍ଭ : ମନର ଆଶା ପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ, ଆଜି ବାଧାବିଘ୍ନ ରହିବ । ପିଲାମାନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯୁକ୍ତିକୁ ନେଇ ଚିନ୍ତିତ ରହିବେ, ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।

ମୀନ : ପାରିବାରିକ ଏବଂ କାର୍ଯ୍ୟସ୍ଥଳ ପରିବେଶରେ ମନ ଆନନ୍ଦ ରହିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି କ୍ଷେତ୍ରରୁ ସହାୟତା ମିଳିବ, ପରିବାରରେ ଦାୟିତ୍ୱ ବୃଦ୍ଧି ହେବ, ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ।

Get real time updates directly on you device, subscribe now.