(Video Viral) ଶିବ ସହିଲେ ହେଲା… କାଉଡ଼ିଆଙ୍କ ଯାତ୍ରାରେ ବାଜୁଛି ଡିଜେ, ଚାଲିଛି ରେକଡ ଡ୍ୟାନ୍ସ

କାଉଡ଼ିଆମାନେ ପାଣି ଉଠାଇ ଭୋଳାନାଥଙ୍କ ପାଖକୁ ଯାଉଥିବା ବେଳେ ଆଗରେ ରେକଡ ଡ୍ୟାନ୍ସ ଚାଲିଛି ।

ନୂଆଦିଲ୍ଲୀ: ଚାଲିଛି ଶ୍ରାବଣ ମାସ। ଏହି ମାସରେ ଭଗବାନ ଭୋଳାନାଥଙ୍କ ପାଇଁ ପାଣି ଉଠାଇ ମାନସିକ ରଖି ତାଙ୍କ ଉପରେ ଢ଼ାଳିଲେ ସବୁ ମାନସିକ ପୁରଣ ହୁଏ। ଏହି ବିଶ୍ୱାସ କାହିଁ କେତେ ଦିନରୁ ରହିଆସିଛି। ହେଲେ ଏଠି ଚାଲିଛି ଆଉ କିଛି ।

ଏଠି କ’ଣ ଚାଲିଛି । ଭଗବାନଙ୍କ ପାଖରେ ଉତପାତିଆ ଡ୍ୟାନ୍ସ । ବୋଲ ବମ୍‌ରେ ଏମାନେ ଯାଉଛନ୍ତି ନାଁ କେଉଁଠିକୁ ଡିଜେ ନାଇଟ୍ କରିବାକୁ ଯାଉଛନ୍ତି । କାଉଡ଼ିଆ ଡ୍ରେସ ପିନ୍ଧି କରୁଛନ୍ତି ରେକଡ ଡ୍ୟାନ୍ସ ।

ଏହି ଗାଡ଼ି ପଛରେ ଶହ ଶହ ଯାଉଛନ୍ତି କାଉଡ଼ିଆ ଭକ୍ତ । ପ୍ରଭୁ ଏକି ଭକ୍ତି । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କାଉଡ଼ିଆମାନେ ପାଣି ଉଠାଇ ଭୋଳାନାଥଙ୍କ ପାଖକୁ ଯାଉଥିବା ବେଳେ ଆଗରେ ରେକଡ ଡ୍ୟାନ୍ସ ଚାଲିଛି ।

ଭିଡିଓକୁ ନେଇ ଅନେକ ଲୋକ ଅନେକ ପ୍ରକାର ମତ ଦେଇଛନ୍ତି । କିଏ କହିଛନ୍ତି ଧର୍ମକୁ ଆଙ୍ଗୁଠି ଦେଖାଇବା ତ ଅନ୍ୟ କିଏ କହିଛନ୍ତି ଶେଷ ହେବ କଳିଯୁଗ ।