fbpx

ଶାଢ଼ି ପିନ୍ଧି ମହିଳା କରୁଛନ୍ତି ଏଭଳି ଅବିଶ୍ୱସନୀୟ କାମ, ଦେଖନ୍ତୁ ଭିଡ଼ିଓ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ଅନେକ ମହିଳା ଓ ପୁରୁଷ ଭାବନ୍ତି ଯେ, ଶାଢ଼ି ପିନ୍ଧିବା ହେଉଛି ଏକ ପୁରୁଣା ସଂସ୍କୃତି । ଯାହାକୁ ପିନ୍ଧିଲେ ସେମାନେ ଆରାମଦାୟକ ଅନୁଭବ କରନ୍ତି ନାହିଁ । ହେଲେ ଆମ ଭାରତୀୟ ସଂସ୍କୃତିକୁ ଆଜି ବି ବଜାୟ ରଖିଛି ଏହି ଶାଢ଼ୀ । ଦୁର୍ଭାଗ୍ୟର କଥା ଯେ, ଆଧୁନିକତାର ବଶବର୍ତ୍ତୀ ହୋଇ ଭାରତରେ ଅନେକ ମହିଳା ୱେଷ୍ଟର୍ଣ୍ଣ ଡ୍ରେସ୍ ବା ପୋଷାକ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । କିନ୍ତୁ ଆପଣମାନେ ଦେଖିଥିବେ ଯେ, ଶାଢ଼ିର ମହତ୍ତ୍ୱ କେବଳ ଭାରତରେ ଏବେ ସୀମିତ ନାହିଁ ଏହା ଏବେ ସାରା ଦୁନିଆରେ ଛାଇ ଗଲାଣି । ବାହାର ଦେଶର ମହିଳାମାନେ ମଧ୍ୟ ଶାଢ଼ି ପିନ୍ଧିବା ଆରମ୍ଭ କଲେଣି । ତେବେ ସମୟ ବଦଳୁଥିବା ବେଳେ ଅନେକ ଲୋକ ଭାବନ୍ତି ଯେ ଶାଢ଼ି ପିନ୍ଧିବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରିକ କାର୍ଯ୍ୟ କରିହୁଏନା । ହେଲେ ଆମେ ଆଜି ଏମିତି କିଛି ମହିଳାଙ୍କ ବିଷୟରେ ଜାଣିବା ଯେଉଁମାନେ ଶାଢ଼ିରେ କିଛି ଏପରି କାମ କରୁଛନ୍ତି ଯାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।

୧. ଜିମ୍ ନାଷ୍ଟ ପାରୁଲ ଅରୋରା

ସାଧାରଣତଃ କସରତ କରିବା ସମୟରେ ହେଉ କିମ୍ବା କୌଣସି ଷ୍ଟଣ୍ଟ କରିବା ସମୟରେ, ସ୍ଲାକ୍ସ ପୋଷାକ ପିନ୍ଧିଥାଉ । ହେଲେ ଶାଢ଼ି ପିନ୍ଧି ସେହିଭଳି କିଛି କରିବା ବିଷୟରେ କେବେ ବି ଭାବିନଥାଉ । କିନ୍ତୁ ଏହି ଭିଡିରେ ଥିବା ମହିଳା ପାରୁଲ ଅରୋରା ଶାଢ଼ୀ ପିନ୍ଧି ଖୁବ୍ ସହଜରେ ଫ୍ଲିପ୍ ମାରୁଛନ୍ତି ।

 

View this post on Instagram

 

A post shared by Parul_Arora? (@parul_cutearora)

୨. ମନ୍ଦିରା ବେଦି

ମନ୍ଦିରାବେଦିଙ୍କୁ ତ ଆପଣମାନେ ଜାଣିଥିବେ । ସେ ଜଣେ ଅଭିନେତ୍ରୀ ହେବା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ । ସେ ନିୟମିତ ବ୍ୟାୟାମ କରି ନିଜ ଶରୀରକୁ ବେଶ୍ ଫିଟ୍ ରଖିଛନ୍ତି । ତେବେ ସେ ଶାଢ଼ିରେ ପୁସ୍ ଅପ୍ ମାରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Mandira Bedi (@mandirabedi)

୩. ସିତଲ୍ ରାଣେ-ମହାଜନ

ସିତଲ୍ ରାଣେ-ମହାଜନ ଶାଢ଼ି ପିନ୍ଧି ସ୍କାଏ ଡାଇଭିଂ କରୁଥିବା ନଜର ଆସିଛନ୍ତି । ଶାଢ଼ି ପିନ୍ଧି ସେ ଆକାଶର ଉଚ୍ଚକୁ ଛୁଇଁବାରେ ସକ୍ଷମ ହୋଇପାରୁଛନ୍ତି । ଆଉ ସ୍କାଏ ଡାଇଭିଂ କରିବାରେ ସେ ପ୍ରଥମ ମହିଳା ହୋଇପାରିଛନ୍ତି । ଯିଏକି ଶାଢ଼ି ପିନ୍ଧି ୧୩୦୦୦ ଫୁଟ ଉଚ୍ଚକୁ ଯାଇଛନ୍ତି । ତେବେ ସିତଲ୍ ହେଉଛନ୍ତି ଜଣେ ଆଡଭେନଟୁରିଷ୍ଟ । ସ୍କାଏ ଡାଇଭିଂରେ ଦୁଇଥର ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି ।

୪. ଡ. ଶ୍ରାବଣୀ ଇନାମଦର୍

ଜଣେ ଆୟୁବେର୍ଦିକ ଡାକ୍ତର ଓ ଫିଟନେସ୍ ଇନଷ୍ଟ୍ରକଟର୍ ଭାବରେ ଶ୍ରାବଣୀ ମହାରାଷ୍ଟ୍ରରେ ବେଶ୍ ଜଣାଶୁଣା । ତେବେ ଶ୍ରାବଣୀ ଶାଢ଼ି ପିନ୍ଧି ୱାର୍କ ଆଉଟ୍ କରନ୍ତି । ପାୱାର୍ ଲିଫ୍ଟିଂ ଠାରୁ ଆରମ୍ଭ କରି ପୁସ୍ ଅପ୍ ପର୍ଯ୍ୟନ୍ତ ସବୁକିଛି ସେ ଶାଢ଼ି ପିନ୍ଧି କରିପାରନ୍ତି । ଜଣେ ଆୟୁବେର୍ଦିକ ଡାକ୍ତର ହିସାବରେ ସେ ମେଡିସିନ୍ ବଦଳରେ କିପରି ଆୟୁବେର୍ଦିକ ଉପାୟରେ ଶରୀରକୁ ଫିଟ୍ ଆଇ ଫାଇନ୍ ରହିପାରିବେ ସେ ନେଇ ସେ ଆଜିକା ଯୁବପିଢ଼ିକୁ ଇନଷ୍ଟ୍ରକଟ୍ କରନ୍ତି ।

୫. ମିତାଲି ରାଜ୍

କ୍ରିକେଟ୍ ର ଜଣେ ପ୍ରସିଦ୍ଧ ହସ୍ତୀ ମାନଙ୍କ ମଧ୍ୟରେ ମିତାଲି ରାଜ୍ ଅନ୍ୟତମ । ମହିଳା କ୍ରିକେଟ୍ ଦଳର କ୍ୟାପଟେନ୍ ହୋଇଥିବା ବେଳେ କ୍ରୀଡା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଛନ୍ତି । ତେବେ ସେ ଯେଉଁ ସମୟରେ ମହିଳା କ୍ରିକେଟ୍ ଦଳର କ୍ୟାପଟେନ୍ ହୋଇଥିଲେ ସେତେବେଳେ ସେ ଏକ ଭିଡିଓ କରିଥିଲେ । ଯେଉଁଥିରେ ସେ ଶାଢ଼ି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ । ଦେଖନ୍ତୁ ଭିଡିଓ ।

 

View this post on Instagram

 

A post shared by Mithali Raj (@mithaliraj)

୬. ଉଷା ସୋମନ୍

ବୟସ ୮୨ ହୋଇଥିଲେ ବି ନିଜ ଫିଟନେସ୍ ଉପରେ ବେଶ୍ ଧ୍ୟାନ ଦେଉଛନ୍ତି ଉଷା ସୋମନ୍ । ୮୨ ବର୍ଷର ମହିଳା ଉଷା ସୋମନ୍ ଶାଢ଼ି ପିନ୍ଧି ପୁସ-ଅପ୍ ମାରୁଛନ୍ତି । ଆଉ ଏହି ଉଷା ସୋମନ ହେଉଛନ୍ତି ଇଣ୍ଡିଆନ୍ ମଡେଲ୍ ମିଳିଣ୍ଡ ସୋମନଙ୍କ ମାଆ । ମିଳିଣ୍ଡ ନିଜ ମାଆଙ୍କ ଜନ୍ମଦିନରେ ଏହି ଭିଡିଓକୁ ପୋଷ୍ଟ କରିଥିଲେ । କୋଭିଡ୍ ଲକଡାଉନ୍ ସମୟରେ ଯେଉଁମାନେ ଜିମ୍ ଯାଇପାରୁନାହାନ୍ତି । ସେମାନେ ଘରେ ରହି କିପରି ନିଜ ଫିଟ୍ ନେସ୍ କୁ ବଜାୟ ରଖିପାରିବେ ସେ ନେଇ ଉଷାଙ୍କ ଏହି ଶାଢ଼ି ଭିଡିଓ ଏକ ମେସେଜ୍ ଭାବେ କାମ କରୁଛି ।

 

View this post on Instagram

 

A post shared by Milind Usha Soman (@milindrunning)

୭. ଆଣ୍ଟି ସ୍କେଟ୍ସ

ଆଣ୍ଟି ସ୍କେଟ୍ସ, ନାମ ଟି ଅଜିବ୍ ଲାଗୁଥିବ ନିଶ୍ଚୟ । ହେଲେ ଏହି ମହିଳା ନିଜ କଳାକୁ ପ୍ରଦର୍ଶନ କରିବାକୁ ଏହି ଭଳି ନାମ ରଖିଛନ୍ତି । ସେ ୪୬ ବର୍ଷର ହୋଇଥିବା ବେଳେ ଶାଢ଼ି ପିନ୍ଧି ସେ ସ୍କେଟିଂ କରନ୍ତି । ଆଣ୍ଟି ଟରୋଣ୍ଟାର ହୋଇଥିବା ବେଳେ ଶାଢ଼ି ପିନ୍ଧି ସ୍କେଟିଂ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଥିବା ବେଳେ ସେ ଟରୋଣ୍ଟୋର ହୋଈମଧ୍ୟ ଭାରତୀୟ ସଂସ୍କୃତି ସହ ଜଡିତ ଶାଢ଼ି ପିନ୍ଧି ସ୍କେଟିଂ କରୁଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Aunty Skates (@auntyskates)

୯. ଏସହ୍ନା କୁଟ୍ଟି

ଏସହ୍ନା ଜଣେ ଦମଦାର୍ ଡାନ୍ସର୍ ହୋଇଥିବା ବେଳେ ତାଙ୍କ ଡାନ୍ସ ମୁଭ୍ ସମସ୍ତଙ୍କୁ ପାଗଳପ୍ରାୟ କରିଦିଏ । ଇନଷ୍ଟାଗ୍ରାମରେ ସେ ଶାଢ଼ିରେ ରିଙ୍ଗ୍ ଡାନ୍ସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଷ୍ଟାଇଲ୍ ର ଡାନ୍ସ ଖୁବ୍ ଆରାମରେ ଶାଢ଼ୀ ପିନ୍ଧି ହିଁ କରୁଛନ୍ତି । ଯୁବପିଢ଼ି ମଧ୍ୟ ତାଙ୍କ ଏହି ନୁତନ ଡାନ୍ସ ମୁଭ୍ କୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଡାନ୍ସର ସମେତ ସେ ଜଣେ ହେଲଥ୍ ଇନଷ୍ଟ୍ରକଟର୍ ମଧ୍ୟ ।

 

View this post on Instagram

 

A post shared by Eshna Kutty (@eshnakutty)

୧୦. ମୋନାଲିସା ଭଦ୍ରା

ଓଡ଼ିଶାର ମୋନାଲିସା ଭଦ୍ରା ଶାଢ଼ି ପିନ୍ଧି ଘୋଡା ଚଢ଼ିବା ଠାରୁ ଆରମ୍ଭ କରି ବୁଲେଟ୍ ଚଳାଇବା ପର୍ଯ୍ୟନ୍ତ ସବୁ କିଛି କରିପାରୁଛନ୍ତି । ସେ ୟୁ-ଟ୍ୟୁବରେ ନିଜର ଏକ ଚ୍ୟାନେଲ୍ ସାହାଯ୍ୟରେ ନିଜର ବିଭିନ୍ନ ଭିଡିଓ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Get real time updates directly on you device, subscribe now.