fbpx

ଏଣିକି ରାତି ୭ଟା ପରେ ମହିଳାମାନେ ଡ୍ୟୁଟି କରିବେ ନାହିଁ: ସରକାରୀ ଓ ବେସରକାରୀ ଅଫିସ ପାଇଁ ଏହି ରାଜ୍ୟ ସରକାର ଲାଗୁକଲେ ନୂଆ ନିୟମ

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଏକ ଖୁସି ଖବର । ରାତ୍ରିରେ ଅଫିସରେ କାମ କରୁଥିବା ମହିଳାମାନେ ଏଣିକି ଆଉ ଚିନ୍ତା କରିବା ଦରକାର ନାହିଁ । ମହିଳାମାନଙ୍କ ନାଇଟ୍ ଶିଫ୍ଟ ନେଇ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ତେବେ ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସେକ୍ଟରରେ ଲାଗୁ ହେବାକୁ ଯାଉଛି । ମହିଳାମାନେ ସନ୍ଧ୍ୟା ୭ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ଜଣାପଡ଼ିଛି ।

ତେବେ ରିପୋର୍ଟ ମୁତାବକ, ନିକଟରେ ଉତ୍ତରପ୍ରଦେଶ ସରକାର ଏପରି ଏକ ନିୟମ ଲାଗୁ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ନିର୍ଦ୍ଦେଶନାମା ଜାରି ମଧ୍ୟ କରି ସାରିଛନ୍ତି । ଯଦି କୌଣସି କାରଣରୁ ଜଣେ ମହିଳା କର୍ମଚାରୀଙ୍କୁ ସନ୍ଧ୍ୟା ୭ଟାରୁ ସକାଳ ୬ଟା ମଧ୍ୟରେ ଅଫିସରେ ରହି କାମ କରିବାକୁ ପଡ଼େ, ସେଥିପାଇଁ ମହିଳାଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ । ଯଦି କୌଣସି ମହିଳା ରାତି ୭ଟା ପରେ ଡ୍ୟୁଟି କରିବାକୁ ମନା କରିବେ, ତେବେ ଏ କ୍ଷେତ୍ରରେ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରିପାରିବ ନାହିଁ ।

ମହିଳାଙ୍କ ଲିଖିତ ସହମତି ପରେ କମ୍ପାନୀ ତାଙ୍କୁ ସନ୍ଧ୍ୟା ୭ରୁ ସକାଳ ୬ ମଧ୍ୟରେ ଅଫିସରେ କାର୍ଯ୍ୟ କରାଇପାରେ । ତେବେ ଏଥିପାଇଁ ମହିଳାଙ୍କୁ ଘରୁ ଅଫିସ ଓ ଅଫିସରୁ ଘର ପର୍ଯ୍ୟନ୍ତ ଫ୍ରି କ୍ୟାବ ସୁବିଧା ଦେବାକୁ ପଡ଼ିବ । ଯଦି କୌଣସି କମ୍ପାନୀ ଏହି ନିୟମ ଉଲ୍ଲଂଘନ କରେ, ତେବେ ଶ୍ରମ ନିୟମ ଅନୁଯାୟୀ କମ୍ପାନୀ ଉପରେ ଜରିମାନା ଲାଗୁ ହେବ । ରାତି ୭ଟା ପରେ ଯଦି କୌଣସି ମହିଳା ଡ୍ୟୁଟି କରିବାକୁ ମନା କରିବେ, ସେ କ୍ଷେତ୍ରରେ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ଏହି ନିୟମ ଉଲ୍ଲଂଘନ କଲେ କମ୍ପାନୀର ଲାଇସେନ୍ସ ବାତିଲ୍ ହେବାର ସମ୍ଭାବନା ରହିଛି । ତେବେ ନାଇଟ୍ କ୍ଲବ, ବାର, ହୋଟେଲ, କଲ୍ ସେଣ୍ଟର, ମିଡ଼ିଆରେ କାମ କରୁଥିବା ମହିଳାମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିଥାନ୍ତି । ୟୁପି ସରକାରଙ୍କ ଏହି ନିୟମ ଫଳରେ ମହିଳାଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ରହିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.