ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତିନି ତଲାକ ଦେବା, ମାଡ଼ ମାରିବା ଏବଂ ଟଙ୍କା ପାଇଁ ନିର୍ଯାତନା ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଶାନ୍ତି ନଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଭିୱାଣ୍ଡି ଅଞ୍ଚଳରେ ତାଙ୍କ ସ୍ୱାମୀଙ୍କ ପରିବାର ସହିତ ରହୁଥିବା ୨୬ ବର୍ଷୀୟା ମହିଳା ମାର୍ଚ୍ଚ ୨୦୨୨ ରୁ ତାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ପୋଲିସନିକଟରେ ଅଭିଯୋଗ କରିଛନ୍ତି ।
ବିବାହରେ ଯୌତୁକ ନ ମିଳିବାରୁ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ମାଗିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନେ ତାଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା ଏବଂ ତାଙ୍କ ସ୍ୱାମୀ ତିନି ତଲାକ ଦେବା ସହ ବିବାହକୁ ବାତିଲ କରିଥିଲେ ବୋଲି ପୁଲିସ ଅଭିଯୋଗକୁ ଆଧାର କରି କହିଛି ।
୨୦୧୯ ରେ ‘ତିନି ତଲାକ୍’ ନିଷିଦ୍ଧ କରାଯାଇଥିଲା । ଭାରତୀୟ ନ୍ୟାୟିକ ସଂହିତା ଏବଂ ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ଅଧିନିୟମ, ୨୦୧୯ ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଶନିବାର ମହିଳାଙ୍କ ସ୍ୱାମୀ, ତାଙ୍କ ମାଆ, ଦୁଇ ଭଉଣୀ ଏବଂ ଜଣେ ଭିଣୋଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।