ଅଧିକରୁ ଅଧିକ ମହିଳା ଆପଣାଉଛନ୍ତି ଡିଜିଟାଲ ଆର୍ଥିକ ସେବା, ନୂଆ ରିପୋର୍ଟରେ ଖୁଲାସା
ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଛି ସଞ୍ଚୟ, ଋଣ ଏବଂ ବୀମା କ୍ଷେତ୍ରରେ ଅଂଶଗ୍ରହଣ
ଓଡ଼ିଶା ଭାସ୍କର: ସଶକ୍ତିକରଣ ହେଉଛନ୍ତି ଦେଶର ମହିଳା। ଏକ ରିପୋର୍ଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ପେନିୱାଇ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ 40% ମହିଳା AePS ବ୍ୟବହାର କରୁଛନ୍ତି।
ବ୍ୟାଙ୍କିଙ୍ଗ, ବୀମା ଏବଂ ଲୋନ ସେବାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଥିବା ଜଣାପଡିଛି। ଏଥିରେ ବିଶେଷ କରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳ ଅନ୍ତର୍ଭୁକ୍ତ।
ରିପୋର୍ଟ ମୁତାବକ: ଦେଶର 10 ଜଣ ମହିଳାଙ୍କ ମଧ୍ୟରୁ 6 ରୁ ଅଧିକ ମହିଳା ଆର୍ଥିକ ଏବଂ ଡିଜିଟାଲ ସେବା ଯୋଗାଉଥିବା ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି। ମହିଳାଙ୍କ ମଧ୍ୟରେ ସେଭିଙ୍ଗ ଆକାଉଣ୍ଟର ଚାହିଦା 58 ପ୍ରତିଶତ ବୃଦ୍ଧି ପାଇଛି।
10,000 ଏଜେଣ୍ଟଙ୍କ ମଧ୍ୟରେ ଏହି ସର୍ଭେ କରାଯାଇଥିଲା, ଯେଉଁଥିରେ ମହିଳାଙ୍କ ଏହି ସଂଖ୍ୟା ସାମ୍ନାକୁ ଆସିଛି। ଏଥିରେ ବୀମା କରିବା ମାମଲା 22 ପ୍ରତିଶତ ବୃଦ୍ଧି ପାଇଛି।
ଏହା ବ୍ୟତୀତ ଅଧିକାଂଶ ମହିଳା ସ୍ୱାସ୍ଥ୍ୟ, ଜୀବନ ଏବଂ ଦୁର୍ଘଟଣା ବୀମା ମଧ୍ୟ ନେଉଛନ୍ତି। ଏହି ଧାରା ମୁଖ୍ୟତଃ ମହିଳା ଏଜେଣ୍ଟମାନଙ୍କ ଦ୍ୱାରା ସୁଗମ ହୋଇଛି।