fbpx

(Video) ମହିଳାଙ୍କୁ ମିଳୁଛି ମାଗଣା ସିଲେଇ ମେସିନ୍: ଏହି ଯୋଜନାରେ ଫାଇଦା ଉଠାଇପାରିବେ ଆପଣ

ଓଡ଼ିଶା ଭାସ୍କର: ରାଜ୍ୟ ତଥା ଦେଶର ମହିଳାମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆର୍ଥିକ ବିକାଶ ଯୋଗାଇଦେବା ପାଇଁ ଅବିରତ ପ୍ରୟାସ ଜାରି ରଖିଛନ୍ତି ସରକାର । ସୁଭଦ୍ରା ଯୋଜନା ସମେତ ଆହୁରି ଅନେକ ଯୋଜନାରେ ସରକାରଙ୍କ ସହାୟତା ମହିଳାଙ୍କ ବିକାଶର ଉତ୍ସ ପାଲଟିଛି । ଏହିଭଳି ଏକ ଯୋଜନା ହେଉଛି ବିଶ୍ୱକର୍ମା ଯୋଜନା । ଏଥିରେ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ୍ ଦିଆଯିବା ସହ ୯ ହଜାର ଟଙ୍କା ମଧ୍ୟ ପ୍ରଦାନ କରୁଛନ୍ତି କେନ୍ଦ ସରକାର । ଆସନ୍ତୁ ଜାଣିବା ସରକାରଙ୍କ ଏହି ଯୋଜନା ବିଷୟରେ…

ବିଶ୍ୱକର୍ମା ଯୋଜନାରେ, ମହିଳା ମାନଙ୍କୁ ମୋଦି ଦେଉଛନ୍ତି ସିଲେଇ ମେସିନ୍ । ଆଉ ଏହା ସହ ୯ ହଜାର ଟଙ୍କା ବି ଦେଉଛନ୍ତି । ଦିବ୍ୟାଙ୍ଗ ମହିଳା ମାନେ ମଧ୍ୟ, ଏହି ଯୋଜନାରେ ସାମିଲ ହୋଇ ପାରିବେ । ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ, କଣ କଣ ସବୁ ପ୍ରମାଣ ପତ୍ର ଦରକାର ଆସନ୍ତୁ ଜାଣିବା । ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ମହିଳା ମାନେ ଯେମିତି ଆତ୍ମନିର୍ଭରଶୀଳ ହୋଇ ପାରିବେ, ସେଥିପାଇଁ ମୋଦି ସରକାର ମହିଳା ମହିଳାଙ୍କୁ ଦେଉଛନ୍ତି ସିଲେଇ ମେସିନ୍ । ତେବେ ମୋଦି ସରକାର ଖାଲି ସିଲେଇ ମେସିନ୍ ଦେଉଛନ୍ତି ତାହା ନୁହେଁ, ଏଥି ସହ ୯ ହଜାର ଟଙ୍କା ବି ଦେଉଛନ୍ତି । ୨୦୨୩ ମସିହା ସେପ୍ଟେମ୍ବର ୧୭ ତାରିଖରେ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ମାଗଣା ସିଲେଇ ମେସିନ୍‌ ସହ ୯ ହଜାର ଟଙ୍କା ଦିଆଯିବା ନେଇ, ଘୋଷଣା ହୋଇଥିଲା । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଜନ୍ମ ପ୍ରମାଣ ତାରିଖ, ଆୟ ପ୍ରମାଣପତ୍ର, ମୋବାଇଲ୍ ନମ୍ବର, ପାସପୋର୍ଟ ସାଇଜ୍ ଫଟୋ, ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଦିବ୍ୟାଙ୍ଗ ଓ ବିଧବା ମାନଙ୍କ ପାଇଁ ବିଧବା ସାର୍ଟିଫିକେଟ୍ ଦରକାର । ଏହି ଯୋଜନାରେ ଗାଁ ଓ ସହରର ମହିଳାମାନେ ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.