fbpx

ସ୍ତନ କର୍କଟର ସବୁଠାରୁ ବଡ଼ ଲକ୍ଷଣ କ’ଣ? ଏହି ଜିନିଷକୁ ଅଣଦେଖା କଲେ ହୋଇପାରେ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ୩୬ ବର୍ଷୀୟ ଲୋକପ୍ରିୟ ଟିଭି ଅଭିନେତ୍ରୀ ହୀନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏହାର ସୂଚନା ଦେଇଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, ସେ ବେଷ୍ଟ କ୍ୟାନ୍ସରର ତୃତୀୟ ଷ୍ଟେଜରେ ଅଛନ୍ତି । ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ।

ମହିଳାଙ୍କୁ ସ୍ତନ କର୍କଟ ହେବା ସବୁଠାରୁ ସାଧାରଣ କଥା । WHO ଅନୁଯାୟୀ, ୨୦୨୦ରେ ସାରା ଦୁନିଆରେ ୬୮୫,୦୦୦ ମହିଳାମାନଙ୍କ ମୃତ୍ୟୁ କେବଳ ସ୍ତନ କର୍କଟ ପାଇଁ ହୋଇଛି । ଏହି କ୍ୟାନ୍ସରର ରିକୋଭରୀ ରେଟ ୬୬ ପ୍ରତିଶତ ଅଟେ । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ..

ଶରୀରରେ କୌଣସି ଅଂଶରେ କ୍ୟାନ୍ସର ସେତେବେଳେ ହୋଇଥାଏ ଯେତେବେଳେ ସେଠାରେ କୋଷିକାଗୁଡିକ ଏକାଠି ହୋଇ ଟ୍ୟୁମର ହୋଇ୍‌ାଏ । ଯଦି ସମୟ ଥାଉ ଥାଉ ଚିକିତ୍ସା ନ କରାଯାଏ ତେବେ ଟ୍ୟୁମର ପାଖାପାଖି ଅଂଶରେ ମଧ୍ୟ ପ୍ରସାରିତ ହୋଇତାଏ । ବ୍ରେଷ୍ଟ କ୍ୟାନ୍ସର ମଧ୍ୟ ଏଭଳି ବ୍ୟାପିଥାଏ ।

ବ୍ରେଷ୍ଟ କ୍ୟାନ୍ସରର ଲକ୍ଷଣ:
– ବ୍ରେଷ୍ଟ ବା ତା ପାଖାପାଖି ଗଣ୍ଠି ବାନ୍ଧିବା
-ଅଣ୍ଡର ଆର୍ମସରେ ଗଣ୍ଠି ବାନ୍ଧିବା ବା କଷ୍ଟ ହେବା
– ବ୍ରେଷ୍ଟ ପାଖାପାଖି ପରିବର୍ତ୍ତନ ହେବା
-ନିପଲରୁ ରକ୍ତ ବାହାରିବା
– ବ୍ରେଷ୍ଟର ସ୍କିନରେ ହାର୍ଡ ରହିବା
-ବ୍ରେଷ୍ଟ ସ୍କିନରେ ପରିବର୍ତ୍ତନ, ବିନ୍ଧିବା ଏବଂ ଲାଲ ପଡିଯିବା ।

ବ୍ରେଷ୍ଟ କ୍ୟାନ୍ସରରୁ କିପରି ରକ୍ଷା ପାଇବେ:
– ବ୍ରେଷ୍ଟ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ହେଲଦୀ ଲାଇଫଷ୍ଟାଇଲ ଆପଣାନ୍ତି ।
-ପ୍ରତିଦିନ ଫୁଲ ବଡି ଏକ୍ସରସାଇଜ କରନ୍ତୁ
-ସୁସ୍ଥ ଖାଦ୍ୟ କରନ୍ତୁ, ଭିଟାମିନ ଡି ଥିବା ଖାଦ୍ୟ ସାମିଲ କରନ୍ତୁ, ସବୁଦିନ ସକାଳ ସୂର୍ଯ୍ୟକିରଣ ଖାଆନ୍ତୁ ।
-ସିଗାରେଟ-ମଦ ଆଦି ପିଇବା ଛାଡିଦିଅନ୍ତୁ ।
-ସଠିକ ସାଇଜ ଅନ୍ତଃବସ୍ତ୍ର ପିନ୍ଧନ୍ତୁ, ଯାହା କର୍ଟନର ଅଟେ ।
-ପ୍ରତି ୩ରୁ ୬ ମାସରେ ଅନ୍ତଃବସ୍ତ୍ରକୁ ବଦଳାନ୍ତୁ ।
-ରାତିରେ ଅନ୍ତଃବସ୍ତ୍ରକୁ ପିନ୍ଧି ଶୁଅନ୍ତୁ ନାହିଁ ।

Get real time updates directly on you device, subscribe now.