fbpx

ଇଚ୍ଛା ମୃତ୍ୟୁ ପାଇଁ CJIଙ୍କୁ ଚିଠି ଲେଖିଲେ ମହିଳା ବିଚାରପତି

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତି ଇଚ୍ଛା ମୃତ୍ୟୁର ଅନୁମତି ପାଇଁ CJIଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ମହିଳା ବିଚାରପତିଙ୍କ କହିବା ଅନୁଯାୟୀ ତାଙ୍କୁ ବହୁତ ଅପମାନିତ କରାଯାଇଛି । ଏହା ତାଙ୍କୁ ବହୁତ ଆଘାତ ଦେଇଛି ଏବଂ ବର୍ତ୍ତମାନ ସେ ମରିବାକୁ ଚାହୁଁଛନ୍ତି । ଏହି ପରିପ୍ରେକ୍ଷିରେ CJI ଆହ୍ଲାବାଦ ହାଇକୋର୍ଟକୁ ରିପୋର୍ଟ ମାଗିଛନ୍ତି ।

ସୂଚନାରୁ ପ୍ରକାଶ ୟୁପିର ବାନ୍ଦା ଜିଲ୍ଲାରେ ଜଣେ ମହିଳା ବିଚାରପତି ଯୌନ ନିର୍ଯାତନାର ଅଭିଯୋଗ କରି ଇଚ୍ଛା ମୃତ୍ୟୁ ପାଇଁ ଦାବି କରିଛନ୍ତି । ଏନେଇ ସେ CJIଙ୍କୁ ଏକ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ସେ ଲେଖିଛନ୍ତି, ‘ନ୍ୟାୟିକ ସେବାରେ ଯୋଗ ଦେବା ନେଇ ସେ ବେଶ ଉତ୍ସାହିତ ଥିଲେ । କିନ୍ତୁ କୋର୍ଟରେ ସେ ଦୁର୍ବ୍ୟବହାରର ଶିକାର ହୋଇଥିଲେ । ଅନ୍ୟ କର୍ମଜୀବୀ ମହିଳାମାନଙ୍କୁ କୌଣସି ପ୍ରକାର ନିର୍ଯାତନା ସହ ବଞ୍ଚିବା ଶିଖିବା କଥା । ଏହା ହିଁ ଆମ ଜୀବନର ସତ୍ୟତା । ଜଣେ ବିଚାରପତି ହୋଇ ମଧ୍ୟ ନିଜକୁ ନ୍ୟାୟ ଦେବାରେ ଅସମର୍ଥ ।’ ବର୍ତ୍ତମାନ ଏହି ଚିଠି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
କହିରଖୁଛୁ ପୂର୍ବରୁ ଉକ୍ତ ମହିଳା ବିଚାରପତି ଆହ୍ଲାବାଦ କୋର୍ଟ ଏନେଇ ଏକ ମାମଲା ରୁଜୁ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ ଗୁରୁତର ସହ ନିଆ ଯାଇନଥିଲା । ସେଥିପାଇଁ ସେ ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ ହେଲେ ।

Get real time updates directly on you device, subscribe now.