ପର୍ସରେ କେବଳ ଲିପଷ୍ଟିକ ନୁହେଁ, ଝିଅମାନେ ପର୍ସରେ ଛୁରୀ-ଲଙ୍କାଗୁଣ୍ଡା ରଖ: ମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମନ୍ତ୍ରୀ ଗୁଲାବରାଓ ପାଟିଲ ଶନିବାର ମହିଳାମାନଙ୍କୁ ଏକ ଅଜବ ପରାମର୍ଶ ଦେଇଛନ୍ତି । ସେ କହିଥିଲେ ଯେ ମହିଳାମାନେ ନିଜ ପର୍ସରେ ପାଉଡର ଲିପଷ୍ଟିକ୍ ସହିତ ଛୁରୀ ଏବଂ ଲଙ୍କା ପାଉଡର ରଖିବା ଉଚିତ ।

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ବରିଷ୍ଠ ଶିବସେନା ନେତା ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଯେଉଁଥିରେ MSRTC ବସ୍ ଭଡ଼ାରେ 50 ପ୍ରତିଶତ ହ୍ରାସ, ଲଡକି ବେହେନ ଯୋଜନା ଏବଂ ଝିଅମାନଙ୍କ ପାଇଁ ମାଗଣା ଶିକ୍ଷା ଅନ୍ତର୍ଭୁକ୍ତ । ସେ କହିଥିଲେ, ଯଦିଓ ଆମେ ମହିଳା ସଶକ୍ତିକରଣ ବିଷୟରେ କଥା ହେଉଛୁ, ଆଜି ଖରାପ ଘଟଣା ଘଟୁଛି ।

ସେ ଆହୁରି ମଧ୍ୟ କହିିଥିଲେ ଯେ, ମହିଳାମାନେ ନିଜ ସୁରକ୍ଷା ପାଇଁ ପର୍ସରେ କେବଳେ ଲିପଷ୍ଟିକ ରଖିବା ଉଚିତ ନୁହେଁ । ବରଂ ଲଙ୍କାଗୁଣ୍ଡ ଏବଂ ଛୁରୀ ରଖିବା ମଧ୍ୟ ଜରୁରୀ ଅଟେ ।

କିଛି ବଦଳି ନାହିଁ, ଆଜି ମଧ୍ୟ ପରିସ୍ଥିତି ସମାନ। ମୁଁ ଆଜିର ମହିଳାମାନଙ୍କୁ ଆତ୍ମରକ୍ଷା ପାଇଁ ଏପରି ଜିନିଷ ବହନ କରିବାକୁ ଅନୁରୋଧ କରୁଛି । ଆଜିକା ସମାଜରେ ମହିଳାମାନଙ୍କୁ ସୁରକ୍ଷିତ ରହିବାକୁ ହେଲେ ଆତ୍ମରକ୍ଷା ପାଇଁ ଏହି ସାମଗ୍ରୀ ରଖିବା ଉଚ଼ିତ ।