fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଶିକ୍ଷକ ନିଯୁକ୍ତିରେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ

Advertisement

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ତୃତୀୟ ଶ୍ରେଣୀ ଶିକ୍ଷକ ନିଯୁକ୍ତିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ମିଳିବ । ପୂର୍ବରୁ ଏହି ସଂରକ୍ଷଣ ସୀମା ୩୦ ପ୍ରତିଶତ ରହିଥିବା ବେଳେ ଏବେ ତାହାକୁ ବୃଦ୍ଧି କରି ୫୦ ପ୍ରତିଶତ କରାଯାଇଛି । ରାଜ୍ୟ ପଞ୍ଚାୟତିରାଜ ଅଧିନିୟମର ସଂଶୋଧନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି ।

ରାଜ୍ୟର ମହିଳାମାନଙ୍କୁ ଅଧିକ ରୋଜଗାରର ସୁଯୋଗ ପ୍ରଦାନ କରିବା ଓ ଆତ୍ମନିର୍ଭରଶୀଳ କରାଇ ସଶକ୍ତ କରାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସଂକଳ୍ପପତ୍ରର ଆଉ ଏକ ପ୍ରତିଶ୍ରୁତି ସରକାର ପୂରଣ କରିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ‘ସଶକ୍ତ ନାରୀ, ବିକଶିତ ରାଜସ୍ଥାନ’ର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.