fbpx

ଖୁସି ଖବର, ଜୁନ ମାସରୁ ମହିଳାଙ୍କ ଖାତାକୁ ଟଙ୍କା ପଠାଇବେ ସରକାର: ମାସକୁ ମିଳିବ ଏତିକି ଟଙ୍କା

ମୁମ୍ବାଇ: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ୧.୨୫ କୋଟି ମହିଳାଙ୍କ ପାଇଁ ଖୁସିଖବର ଆଣିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ତରପରୁ ମହିଳା ଏବଂ ଝିଅମାନଙ୍କ ପାଇଁ ଅନେକ ଯୋଜନା କରାଯାଉଥିବା ବେଳେ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିଛନ୍ତି । ଏହି ଯୋଜନା ଅଧୀନରେ ଜୁନ ମାସରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ମାସ ଟଙ୍କା ପଠାଯିବ ।

‘ମୁଖ୍ୟମନ୍ତ୍ରୀ ଲାଡଲୀ ଯୋଜନା’ ନାମରେ ଏକ ନୂଆ ସ୍କିମ ଆରମ୍ଭ ହୋଇଥିବା ବେଳେ ଏଥିରେ ମହିଳାଙ୍କ ଆକାଉଣ୍ଟକୁ ପ୍ରତି ମାସ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏ ନେଇ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ତେବେ ୧.୨୫ କୋଟିରୁ ଅଧିକ ମହିଳା ମଧ୍ୟପ୍ରଦେଶ ସରକାରଙ୍କ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏହାର ଫାଇଦା ଉଠାଇପାରିବେ । ମାର୍ଚ୍ଚ ମାସରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ଗରିବ ଏବଂ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କ ପାଇଁ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ମହିଳାମାନଙ୍କ ବିକାଶ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ସରକାର ।

ତେବେ ଏଥିପାଇଁ ରେଜିଷ୍ଟ୍ରେସନର ଶେଷ ତାରିଖ ଏପ୍ରିଲ ୩୦ ରହିଥିଲା । ବର୍ତ୍ତମାନ ରେଜିଷ୍ଟର କରି ସାରିଥିବା ଯୋଗ୍ୟ ମହିଳାମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ରୂପରେ ମାସିକ ୧୦୦୦ ଟଙ୍କା ପ୍ରଦାନ କରିବେ । ସରକାରଙ୍କ ତରପରୁ ଏହି ଟଙ୍କା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ତେବେ ୨.୫ଲକ୍ଷର କମ୍ ବାର୍ଷିକ ଆୟ ପରିବାରର ମହିଳାମାନେ ହିଁ କେବଳ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

ପରିବାରର କୌଣସି ସଦସ୍ୟ ଭାରତ ସରକାର ବା ରାଜ୍ୟ ସରକାରଙ୍କ ତରଫରୁ ପେନସନ ପାଇ ନଥିବେ ଏବଂ କେହି ଇନକମ୍ ଟାକ୍ସ ଦେଉ ନଥିବେ । ଏଭଳି କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି ଏହି ଯୋଜନା ପାଇଁ । ଏହାସହିତ ସେ ମଧ୍ୟପ୍ରଦେଶର ସ୍ଥାନୀୟ ବାସିନ୍ଦା ହୋଇଥିବା ଆବଶ୍ୟକ । ଏଥିରେ ବିବାହିତ, ଅବିବାହିତ, ପରିତ୍ୟକ୍ତା ମହିଳା ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

Get real time updates directly on you device, subscribe now.