ଭଞ୍ଜନଗର: (ଓଡ଼ିଶା ଭାସ୍କର) ୫ମ ମରାଠା ଟ୍ରଫି ଫ୍ଲଡ୍ ଲାଇଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ବୁଧବାର ବିଶ୍ରାମ ଦିବସରେ କେନ୍ଦ୍ରାପଡ଼ା ମହିଳା ଫୁଟବଲ ଟିମ୍ ଓ ନନ୍ଦ କିଶୋର ଫୁଟବଲ ଏକାଡେମୀ ଭୁବନେଶ୍ୱର ମଧ୍ୟରେ ଏକ ଚିତ୍ତାକର୍ଷକ ଫୁଟବଲ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଉଭୟ ଟିମ୍ ବେଶ ଆକର୍ଷଣୀୟ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରିଥିଲେ । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇ ପାରିନଥିଲେ ।
ଶେଷରେ ପେନାଲଟିକ୍ ସୁଟ୍ ଆଉଟ୍ ର ସାହାରା ନିଆଯାଇଥିଲା । ସେଥିରେ ମଧ୍ୟ ଉଭୟ ଟିମ୍ ସମାନ ଗୋଲ୍ ସ୍କୋର କରିଥିଲେ । ପରିଶେଷରେ ସଡନ୍ ଡେଥ୍ ର ଆଶ୍ରୟ ନିଆଯାଇଥିଲା । ଆଉ ଭୁବନେଶ୍ବର ଏଥିରେ ବିଜୟ ଲାଭ କରିଥିଲେ । ଦଳର ଗୋଲ୍ କିପର ମିଲି ମାଝିକୁ ପ୍ଲେୟାର ଅଫ୍ ଦ ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଗୁରୁବାର ବରଗଡ ୟୁନାଇଟେଡ଼ ଓ ଭଞ୍ଜନଗର ଏକାଡେମୀ ମଧ୍ୟରେ ୩ୟ କ୍ବାଟର୍ ଫାଇନାଲ ମ୍ୟାଚ ଆୟୋଜିତ ହେବ ।