fbpx

ବନ୍ଦ ହୋଇଯିବ ମହିଳାଙ୍କ ସ୍ପେଶାଲ ଯୋଜନା! ମିଳୁଥିଲା ଅନେକ ଲାଭ: ଇସାରା ଦେଲେଣି ସରକାର

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଥିବା ଏକ ସରକାରଙ୍କର ଏକ ସ୍ପେଶାଲ ଯୋଜନା ବନ୍ଦ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କମ୍ ସେଭିଙ୍ଗସରେ ମହିଳାଙ୍କୁ ଅଧିକ ଲାଭ ଏବଂ ଅଧିକ ରିଟର୍ଣ୍ଣ ଦେଉଥିବା ଏହି ସ୍କିମ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ ଇସାରା ମିଳିଛି । ଏହି ଯୋଜନାରେ ସରକାର ୭.୫ ପ୍ରତିଶତ ଫିକ୍ସ ବାର୍ଷିକ ସୁଧ ମିଳିଥାଏ । ୨୦୨୩-୨୪ ଆର୍ଥିକ ବଜେଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏହି ଯୋଜନା ଆଣିଥିଲେ । ଏହି ଯୋଜନାରେ ମହିଳା ହିତାଧିକାରୀମାନଙ୍କୁ ସାମାନ୍ୟରୁ ଅଧିକ ସୁଧ ମିଳିଥାଏ । କିନ୍ତୁ ଏବେ ଏହାକୁ ବନ୍ଦ କରିବା ପାଇଁ ସରକାର ସଂକେତ ଦେଇଛନ୍ତି ।

୨୦୨୩-୨୪ ବଜେଟରେ ଅର୍ଥମନ୍ତ୍ରୀ ଏକ ସ୍ୱତନ୍ତ୍ର ସ୍କିମ୍ ‘ମହିଳା ସମ୍ମାନ ସେଭିଙ୍ଗ ସାର୍ଟିଫିକେଟ’ ଲଞ୍ଚ୍ କରିଥିଲେ । ‘ଆଜାଦି କି ଅମୃତ ମହୋତ୍ସବ’ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚଳାଇବା ପାଇଁ ଲଞ୍ଚ୍ କରିଥିଲେ ସରକାର । ତେଣୁ ୨୦୨୫ ମାର୍ଚ୍ଚ ମାସ ପରେ ସରକାର ଏହି ସ୍କିମ ବନ୍ଦ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ‘ମହିଳା ସମ୍ମାନ ସେଭିଙ୍ଗ ସର୍ଟିଫିକେଟ’ ସ୍କିମରେ ମହିଳାଙ୍କୁ ଅନ୍ୟ ଛୋଟ ସେଭିଙ୍ଗ ସ୍କିମ୍ ଅନୁସାରେ ଅଧିକ ରିଟର୍ଣ୍ଣ ମିଳିଥାଏ । ଏହି ଯୋଜନାରେ ୭.୫% ସୁଧ ଦେଇଥାନ୍ତି ସରକାର । ଯେକୌଣସି ମହିଳା ଏବଂ କନ୍ୟା ଏହି ଯୋଜନାର ଫାଇଦା ଉଠାଇପାରିବେ । ଏଥିରେ ୨ ବର୍ଷ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିପାରିବେ ହିତାଧିକାରୀ ।

ଏହି ସ୍କିମ୍ ୨ ବର୍ଷ ପାଇଁ ଲଞ୍ଚ୍ କରାଯାଇଥିଲା । ଏପ୍ରିଲ ୨୦୨୩ରେ ଏହା ଆରମ୍ଭ ହୋଇଥିବା ବେଳେ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଏହାର ସମୟସୀମା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରପରୁ ଏହାକୁ ବୃଦ୍ଧି କରିବା ନେଇ କୌଣସି ସଂକେତ ଦିଆ ଯାଇନାହିଁ । ତେଣୁ ଏହି ସ୍କିମ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.