ମହିଳା ଟି-୨୦ ବିଶ୍ୱକପ୍: ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ, ଟାଇଟଲ ମୁକାବିଲା କରିବ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଶାରଜାରେ ଖେଳାଯାଇଥିବା ଏହି ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ରନ୍ ର ଅତି ଘନିଷ୍ଠ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍ ଦଳକୁ ପରାସ୍ତ କରିଛି । ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୨୮ ରନ୍ କରିଥିଲା ।

ଏହି ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ମାତ୍ର ୧୨୦ ରନ୍ କରିପାରିଥିଲା । ନ୍ୟୁଜିଲାଣ୍ଡ ପୂର୍ବରୁ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଥିଲା । ଅକ୍ଟୋବର ୨୦ରେ ଫାଇନାଲ୍ ମ୍ୟାଚ୍ ଜିତିଥିବା ଦଳ ପ୍ରଥମ ଥର ପାଇଁ ଆଇସିସି ମହିଳା ଟି-୨୦ ବିଶ୍ବକପ୍ ଟାଇଟଲ୍ ଜିତିବ ।

ତେବେ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ୨୦୨୩ ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ସ୍ଥାନ ପାଇଛି । କିନ୍ତୁ ତା’ପରେ ତାଙ୍କୁ ଅଷ୍ଟ୍ରେଲିଆ ଠାରୁ ଟାଇଟଲ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମହିଳା କ୍ରିକେଟରେ ଏପର୍ଯ୍ୟନ୍ତ ୮ଟି ଆଇସିସି ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ହୋଇଛି, ଯେଉଁଥିରେ ଅଷ୍ଟ୍ରେଲିଆ ୬ ଥର ଟ୍ରଫି ଜିତିଛି । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ଥରେ ଟାଇଟଲ ଜିତିଛନ୍ତି ।

Get real time updates directly on you device, subscribe now.