fbpx

ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍‌: ନୀତୁ, ସ୍ୱିଟି ବୋରାଙ୍କୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଭାରତୀୟ ବକ୍ସର ନୀତୁ ଘାନହାସ ଓ ସ୍ୱିଟି ବୋରା ଏଠାରେ ଅନୁଷ୍ଠିତ ଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶନିବାର ଅନୁଷ୍ଠିତ ୪୮ କେଜି ଫାଇନାଲ ଲଢ଼େଇରେ ୨୨ ବର୍ଷୀୟା ନୀତୁ ମଙ୍ଗୋଲିଆର ଲୁତସାଇଖାନ୍‌ ଆଲତାନସେତସେଗଙ୍କୁ ୫-୦ରେ ପରାସ୍ତ କରି ଥିବା ବେଳେ ୮୧ କେଜି କ୍ୟାଟେଗୋରୀ ଫାଇନାଲରେ ସ୍ୱିଟି ବୋରା ଚୀନର ୱାଙ୍ଗ୍ ଲିନାଙ୍କୁ ୪-୩ରେ ହରାଇ ବିଶ୍ୱ ଚାମ୍ପିଅନ ହୋଇଛନ୍ତି। ଏହି ବିଜୟ ସହିତ ନୀତୁ ଓ ସ୍ୱିଟି ଭାରତର ଷଷ୍ଠ ଓ ସପ୍ତମ (ପୁରୁଷ ଓ ମହିଳା) ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ରାଜ୍ୟ ଗୋଷ୍ଠୀ କ୍ରୀଡା ବିଜୟିନୀ ନୀତୁ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିପକ୍ଷ ବକ୍ସରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଶେଷରେ ଏକ ତରଫା ବିଜୟ ହାସଲ କରିଛନ୍ତି। ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଭାରତ ବିଶ୍ୱ ଚାମ୍ପିଅନଶିପରେ ୧୨ ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି। ପୂର୍ବରୁ ଏମସି ମେରିକମ ୬ ଥର (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮) ବିଶ୍ୱ ଚାମ୍ପିଅନଶିପ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଭାରତର ଅନ୍ୟତମ ମହିଳା ବକ୍ସର ସରିତା ଦେବୀ ୨୦୦୬, ଜେନୀ ଆରଏଲ ୨୦୦୬, ଲେଖା କେସି ୨୦୦୬ ଓ ନିଖତ ଜାରୀନ ୨୦୨୨ରେ ବିଶ୍ୱ ଚାମ୍ପିଅନଶିପ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Get real time updates directly on you device, subscribe now.