fbpx

କାମୁଡିଲା କୁକୁର; ମାଲିକ ଗଣିଲେ ୧୦ ହଜାର

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକେ ଘରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ପାଳିଥାନ୍ତି । କିଏ କୁକୁର, ବିଲେଇ, ନେଉଳ ଆଦି ପଶୁ ପାଳିବାକୁ ଭଲପ।।ନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଚଡେଇକୁ ଘରେ ରଖିଥାନ୍ତି । କିନ୍ତୁ ଅଧିକାଂଶ ଲୋକେ ଖାସ କରି ଘରେ କୁକୁର ପାଳିବାକୁ ଭଲ ପାଇଥାନ୍ତି । ଏଥିସହିତ ସେମାନେ ଯୁଆଡେ ଯାଆନ୍ତି ତାଙ୍କ ସାଙ୍ଗରେ ସେମାନଙ୍କ ପୋଷା କୁକୁରକୁ ମଧ୍ୟ ନେଇଥାନ୍ତି । ତେବେ ଏହି କକୁର ପାଳିବା ଏବଂ ତାକୁ ନିଜ ସାଙ୍ଗରେ ବାହାରକୁ ନେବା ଜଣେ ମାଲିକଙ୍କୁ ମହଙ୍ଗା ପଡିଛି । ଫଳରେ ସେ ୧୦ ହଜାର ଟଙ୍କା ଜରିମାନା ଗଣିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ମାଲିକ ତାଙ୍କ ପୋଷା କୁକୁର ସହିତ ଏକ ଲିଫ୍ଟରେ ଯାଉଥିବା ବେଳେ କୁକୁରଟି ବ୍ୟସ୍ତ ହେବାକୁ ଲାଗିଲା । ଏଥିସହିତ ଲିଫ୍ଟରେ ଥିବା ଜଣେ ୬ ବର୍ଷର ନାବାଳକ ହାତକୁ ହଠାତ୍ କାମୁଡି ଦେଇଥିଲା । ଯାହାକୁ ନେଇ ଏବେ ମାଲିକ ଜଣଙ୍କୁ ଫାଇନ୍ ଗଣିବାକୁ ପଡିଛି । ସେ ବି ପୁଣି ହଜାରେ କିମ୍ବା ଦୁଇ ହଜାର ଟଙ୍କା ନୁହେଁ ପୁରା ୧୦,୦୦୦ ଟଙ୍କା । ମାଲିକଙ୍କ ଉପରେ ଗ୍ରେଟର ନଏଡା ଅଧିକାରୀ ଏହି ଜରିମାନା କରିଛନ୍ତି ।

ତେବେ ଘଟଣାଟି କେଉଁଠିକାର ଡଣା ପଡିନଥିବା ବେଳେ ଏହି ଘଟଣାଟି ମଙ୍ଗଳବାର ଦିନ ଘଟିଥିବା ସୂଚନା ମିଳିଛି । ତେବେ ଲିଫ୍ଟରେ ମା ସହ ଯାଉଥିବା ବେଳେ ପିଲାଟିର ହାତକୁ କୁକୁର ଝୁଣି ଦେଇଥିଲା । ତେବେ ମାଲିକ କୁକୁରଟିକୁ ଧରିଥିବା ସତ୍ତେ୍ୱ କୁକୁରଟି ପିଲାଟିକୁ କାମୁଡି ଦେଇଥିଲା । ଏହାପରେ ଏହି ଘଟଣାକୁ ନେଇ ଆହତ ନାବାଳକର ମା ଥାନାରେ ଏତଲା ଦେଇଥିଲେ । ଫଳରେ ବର୍ତ୍ତମାନ ମାଲିକ ଜଣଖୁ ଏ ବାବଦରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି ।

Get real time updates directly on you device, subscribe now.