fbpx

ରାଜଧାନୀରେ ଲାଗୁ ହେବନି ଲକଡାଉନ୍: ମୁଖ୍ୟମନ୍ତ୍ରୀ ରଖିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ପୁଣି ଥରେ ଲକଡାଉନ୍ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଦୈନିକ ସଂକ୍ରମଣ ମାମଲା ୨୦ ହଜାର ଅତିକ୍ରମ କରିଛି । ରବିବାର ଦିନ ଦିଲ୍ଲୀରେ ସଂକ୍ରମଣ ମାମଲା ୨୨ ହଜାରରେ ପହଞ୍ଚିଛି । ଏପରି ପରସ୍ଥିତିରେ ଦିଲ୍ଲୀରେ ଲକଡାଉନ ଲାଗିବା ସମ୍ଭାବନା ସୃଷ୍ଟି ହୋଇଥିଲା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରେସ ମିଟରେ ଲକଡାଉନ ଲାଗିବା ସମ୍ଭାବନାକୁ ଖାରଜ କରି ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି, ରାଜଧାନୀରେ କରୋନା ପରସ୍ଥିତିକୁ ନେଇ ଲ୍ୟୁଟନାଣ୍ଟ ଜେନେରାଲଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ଯଦି ଜନ ସାଧାରଣ ସତର୍କତା ଅବଲମ୍ବନ ନ କରନ୍ତି ତାହେଲେ ଲକଡାଉନ ଲାଗୁ କରାଯିବ । ତେବେ ଜନସାଧାରଣ ଯଦି ମାସ୍କ ନ ପିନ୍ଧନ୍ତି ତା ହେଲେ ଲକଡାଉନ ଲାଗୁ କରାଯିବ । ସମସ୍ତେ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ କମ ରହିବ ଏବଂ ଲକଡାଉନ ଲାଗୁ କରାଯିବ ନାହଁ ବୋଲି କହିଛନ୍ତି କେଜ୍ରିୱାଲ ।

ଏହା ସହିତ କେଜ୍ରିୱାଲ କହିଛନ୍ତି ସେ ନିଜେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭-୮ ଦିନରେ ଠିକ ହୋଇଗଲି । ଭୟ ନକରି ସମସ୍ତେ ସାମାଜିକ ଦୂରତା ପାଳନ କରିବା ସହିତ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.