fbpx

ଅଫିସରେ Work load ବିଗାଡ଼ି ପାରେ ମେଣ୍ଟାଲ ହେଲ୍‌ଥ, ଏହି ଟିପ୍ସ ଆପଣାଇ ରୁହନ୍ତୁ ଡିଷ୍ଟ୍ରେସ୍

ଓଡ଼ିଶା ଭାସ୍କର: ଆଜିକାଲି ସରକାରୀ ଓ ବେସରକାରୀ ଅଫିସରେ work load ବ୍ୟକ୍ତି ପାଇଁ ଚିନ୍ତା ଏବଂ ଡିପ୍ରେସନର କାରଣ ପାଲଟିଛି । ୱାର୍କ ଫ୍ରମ୍ ହୋମ୍ କରୁଥିଲେ ବି ଅଫିସ କାମରୁ ଟିକିଏ ବି ଫୁରସତ ନାହିଁ । ବେଳେ ବେଳେ ଅଫିସରେ ଟକ୍ସିକ୍ ମାହୋଲ ମଧ୍ୟ ଷ୍ଟ୍ରେସର କାରଣ ପାଲଟିଥାଏ । ଅଧିକାଂଶ ସମୟରେ ଆମେ ଏହି ସବୁ ସମସ୍ୟାକୁ ଇଗ୍ନୋର କରିଥାଉ କିନ୍ତୁ ଧିରେ ଧିରେ ଏହା ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ରାତିରେ ଶୋଇଲା ବେଳକୁ ଥକ୍କାପଣରେ ଅବସ୍ଥା ଖରାପ । ତେବେ ନିମ୍ନଲିଖିତ ଟିପ୍ସ ଆପଣାଇ ଆମେ ନିଜକୁ ଷ୍ଟ୍ରସ୍ ଫ୍ରି ରଖିବା ସହ ରିଲାକ୍ସ ଅନୁଭବ କରିପାରିବା ।

୧. ବ୍ରେକ୍ ନିଅନ୍ତୁ: ଅଫିସ୍ କାମ ମଝିରେ ମାଇକ୍ରୋ ବ୍ରେକ୍ ନିଅନ୍ତୁ । ଡେସ୍କ ଜବ୍ ଥିଲେ ଅଧିକ ବସିବା ଯୋଗୁଁ ଅଣ୍ଟା ଓ ପିଠି ଯନ୍ତ୍ରଣା ହୋଇଥାଏ । ଖୋଲା ବାତାବରଣରେ ଟିକିଏ ୱାକ୍ କରିବା, କଫି, ଚାହା ପିଇବା ଦ୍ୱାରା ଆପଣ ଫ୍ରେଶ୍ ଅନୁଭବ କରିଥାନ୍ତି । ଆପଣ ଚାହିଁଲେ ହାଲୁକା ଫୁଲକା ବ୍ୟାୟାମ କରିପାରିବେ ଯଦ୍ୱାରା ରକ୍ତସଞ୍ଚଳନ ସଠିକ ରହିବ ।

୨. ସହକର୍ମୀଙ୍କ ସହାୟତା ନିଅନ୍ତୁ: ୱାର୍କ ଲୋଡ୍ ବଢ଼ିଗଲେ ନର୍ଭସ ହୁଅନ୍ତୁ ନାହିଁ । ଅଧିକାଂଶ ସମୟରେ ବ୍ୟକ୍ତି ସବୁ କାମ ନିଜେ କରିବାକୁ ଯାଇ ଚିନ୍ତାଗ୍ରସ୍ତ ରହିଥାଏ । ଆପଣଙ୍କ ପାଇଁ କାମ ନୂଆ ଥିଲେ କିମ୍ବା କେଉଁଠି ବୁଝିବାରେ ଅସୁବିଧା ହେଉଥିଲେ ସହକର୍ମୀଙ୍କ ସାହାଯ୍ୟ ଲୋଡ଼ିପାରିବେ । ମନେ ରଖନ୍ତୁ ଅନ୍ୟର ସାହାଯ୍ୟ ଲୋଡ଼ିବା ମାନେ ନୁହେଁ କି ଆପଣ ଦୁର୍ବଳ କିମ୍ବା ଆପଣଙ୍କ ଯୋଗ୍ୟତାରେ କିଛି ତୃଟି ରହିଛି । ଅଫିସ୍ ଲୋକଙ୍କ ସହ ମିଳାମିଶା କରିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ବୋଲି ଭାବନ୍ତୁ ।

୩. ବହି ପଢ଼ନ୍ତୁ: ଅପଣଙ୍କୁ ବହି ପଢ଼ିବାର ସଉକ ଥିଲେ କାମ ମଝି ମଝିରେ ପଢ଼ିପାରିବେ । ଆପଣ ମଜାଳିଆ କମିକ୍‌, ଜୋକ୍‌, ଗପ ବହି, ମ୍ୟାଗାଜିନ୍ ପାଖରେ ରଖିପାରିବେ । ଏହା ଦ୍ୱାରା ଆପଣଙ୍କ ମାଇଣ୍ଡ୍ ଡାଇଭର୍ଟ ହେବା ସହ ଆପଣ ରିଫ୍ରେଶ୍ ଫିଲ୍ କରିଥାନ୍ତି ।

୪. ଲିମିଟ୍ ନିଶ୍ଚିତ କରନ୍ତୁ: ଅଫିସରେ ସମସ୍ତଙ୍କ ପ୍ରିୟ ହେବା ଚକ୍କରରେ ପ୍ରତ୍ୟେକ କଥାରେ ‘ହଁ’ କହିବା ଠାରୁ ଦୂରେଇ ରୁହନ୍ତୁ । ପ୍ରେଫେସନାଲ ଉପାୟରେ ମନା କରିବା ଶିଖନ୍ତୁ । ଆପରଙ୍କ ମାନସିକ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ଅଫିସରେ ଅଯଥା ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ଏହା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଅଫିସରେ ସମସ୍ତଙ୍କ ସହ ହେଲ୍‌ଦୀ ବାଉଣ୍ଡରିଜ୍ କ୍ରିଏଟ୍ କରନ୍ତୁ ।

୫. ପର୍ଯ୍ୟାପ୍ତ ନିଦ୍ରା: ଶେଷରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁନିଦ୍ରା ଅତ୍ୟନ୍ତ ଆବଶ୍ୟକ । ରାତିରେ ଶୋଇବା ସମୟରେ ବୈଦ୍ୟୁତିକ ଉପକରଣ ଠାରୁ ଦୂରେଇ ରୁହନ୍ତୁ । ମସ୍ତିଷ୍କକୁ ରିକ୍କ୍ କରିବା ପାଇଁ ହାଲୁକା ସଂଗୀତ ମଧ୍ୟ ଶୁଣିପାରିବେ ।

Get real time updates directly on you device, subscribe now.