fbpx

ସବୁ କର୍ମଚାରୀ ପାଇବେ ଦୁଇଗୁଣ ଦରମା: ଓଭରଟାଇମ କଲେ ମିଳିବ ଏହିସବୁ ସୁବିଧା, ଘୋଷଣା କଲେ ସରକାର

Advertisement

ନୂଆଦିଲ୍ଲୀ: କୋଟି କୋଟି କର୍ମଚାରୀଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର । ଏଣିକି ଅପିସରେ ଓଭରଟାଇମ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ପରିଶ୍ରମର ଫଳ । ଗୋଟିଏ ଦିନରେ ୮ ଘଣ୍ଟାରୁ ଅଧିକ କାମ କରିବା କିମ୍ବା ସପ୍ତାହରେ ୪୮ ଘଣ୍ଟାରୁ ଅଦିକ କାମ କରୁଥିଲେ, ଏହାକୁ ଓଭରଟାଇମ ବୋଲି ଗ୍ରହଣ କରାଯିବ । ତେଣୁ ଏଥିପାଇଁ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ଦରମା । ଓଭରଯାଇମ କରୁଥିବା କର୍ମଚାରୀମାନଙ୍କୁ ସର୍ବନିମ୍ନ ଦରମା ଆଧାରରେ ଘଣ୍ଟା ହିସାବରେ ଦୁଇ ଗୁଣା ପର୍ଯ୍ୟନ୍ତ ଅତିରିକ୍ତ ଦରମା ପ୍ରଦାନ କରାଯାଇପାରେ । ଏ ନେଇ ଏକ ନୂଆ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ।

ଆ ପ୍ରସ୍ତାବ ଅନୁସାରେ, କୌଣସି କର୍ମଚାରୀ ଦିନକୁ ୧୨ ଘଣ୍ଟାରୁ ଅଧିକ କାମ କରି ପାରିବେ ନାହିଁ । ସେହିପରି ସପ୍ତାହରେ ଲଗାତାର ୭ ଦିନ କିମ୍ବା ୬୦ ଘଣ୍ଟାରୁ ଅଧିକ କାମ କରିବେ ନାହିଁ ବୋଲି କୁହାଯାଇଛି । ତେବେ ସରକାରଙ୍କ ଏହି ପ୍ରସ୍ତାବ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି । କର୍ମଚାରୀମାନଙ୍କ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଏହି ନୂଆ ପ୍ରସ୍ତାବରେ କର୍ମଚାରୀଙ୍କ ପାଇଁ ଆହୁରି ଅନେକ ବ୍ୟବସ୍ଥା କରାଯାଇଛି । ବର୍ଷକୁ କର୍ମଚାରୀମାନଙ୍କୁ କିଛି ଛୁଟି ପ୍ରଦାନ କରିବାକୁ କାର୍ଯ୍ୟାଳୟ ବାଧ୍ୟ ବୋଲି ଏହି ପ୍ରସ୍ତାବରେ କହିଛନ୍ତି ଦିଲ୍ଲୀ ସରକାର । ଏହାବ୍ୟତୀତ କର୍ମଚାରୀଙ୍କୁ ଜଏନିଙ୍ଗ ଲେଟର ଏବଂ ଅଭିଜ୍ଞତା ସାର୍ଟିଫିକେଟ ସହିତ ସେମାନଙ୍କର ସାଲାରୀ ସ୍ଲିପ ଦେବା ବାଧ୍ୟତାମୂଳକ ହେବ ।

ଏହାସହିତ ରାଜ୍ୟ ବାହାରର କର୍ମଚାରୀମାନଙ୍କ ପାଇଁ ଅପିସ ତରଫରୁ ବାର୍ଷିକ ଗୋଟିଏ ଯାତ୍ରା ଭତ୍ତା ପ୍ରଦାନ କରିବାକୁ ପଡିବ । ତେବେ ଏହି ଟଙ୍କାରେ ଜଣେ ବ୍ୟକ୍ତି ବସ୍ କିମ୍ବା ଟ୍ରେନରେ ନିଜ ଘରକୁ ଯାଇ ଆସିବାର ଖର୍ଚ୍ଚ ମେଣ୍ଟାଇ ପାରୁତିବା ଟଙ୍କା ଅଫିସ ଦେବ ବୋଲି ଘୋଷଣା ହୋଇଛି । ତେବେ ସବୁଠୁ ମୁଖ୍ୟ ମେଡିକାଲ ସୁବିଧା ମିଳିବା ଆବଶ୍ୟକ । ଦିଲ୍ଲୀରେ ତିବା କେମିକାଲ ଏବଂ ଅନ୍ୟ ସାମଗ୍ରୀର କମ୍ପାନୀ ଗୁଡିକର କର୍ମଚାରୀଙ୍କୁ ମେଡିକାଲ ଯାଞ୍ଚର ବ୍ୟବସ୍ଥା ସୁନିଶ୍ଚିତ କରିବା ସହ କମ୍ପାନୀର ସଞ୍ଚାଳକଙ୍କୁ ଏହାର ଦାୟିତ୍ୱ ନେବାକୁ ପଡିବ । ଏଥିରେ କର୍ମଚାରୀଙ୍କ ରକ୍ତ, ପରିସ୍ରା ଏବଂ ଏକ୍-ରେ ସହିତ ଅନ୍ୟାନ୍ୟ ଯାଞ୍ଚ କରିବାକୁ ପଡିବ । ତେବେ ଏସବୁର ତଦାରଖ ପାଇଁ ଶ୍ରମ ବିଭାଗର ଇନ୍ସପେକ୍ଟର ଏହାର ନିରୀକ୍ଷଣ କରିବେ ବୋଲି ପ୍ରସ୍ତାବରେ କୁହାଯାଇଛି ।

Get real time updates directly on you device, subscribe now.