fbpx
BJD SKY
BJD SKY

‘ଘର କାମ କରିବା ସହ ଚାକିରି କରିବାକୁ ଯିବା କ୍ରୁରତା ନୁହେଁ’: ମହିଳାଙ୍କ ମୃତ୍ୟୁ ମାମଲାର ଶୁଣାଣି କରି କହିଲେ ଏହି କୋର୍ଟ

BJD

ନୂଆଦିଲ୍ଳୀ: ଘର କାମ ପାଇଁ ସକାଳ ୪ ଟାରେ ଉଠିବା, ପୁଣି ଚାକିରିରେ ଯିବା ଏବଂ ସନ୍ଧ୍ୟାରେ ଫେରି ପୁଣି ଘର କାମ କରିବା କ୍ରୁରତା ନୁହେଁ ବରଂ ଦାୟିତ୍ୱ । ଏହି ଟିପ୍ପଣୀ, ମୁମ୍ବାଇର ଏକ ସେସନ କୋର୍ଟ ଜଣେ ୩୦ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ମା’ଙ୍କୁ ମହିଳାଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇବା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିବା ସହ କରିଛନ୍ତି । ବ୍ୟକ୍ତିଙ୍କ ଉପରେ ପତ୍ନୀଙ୍କୁ ୨୦୧୫ରେ ଆତ୍ମହତ୍ୟା ପାଇଁ ଉସ୍କେଇବାର ଅଭିଯୋଗ ଥିଲା ଏବଂ ଏହି ମାମଲାରେ ତାଙ୍କ ମା’ଙ୍କୁ ମଧ୍ୟ ସହ ଅଭିଯୁକ୍ତ କୁହାଯାଇଥିଲା

ଅଦାଲତ କହିଥିଲେ ଯେ ପ୍ରିୟଙ୍କା ଶେଲାର, ଯିଏକି ଏକ ଘରୋଇ ସହାୟିକା ଭାବରେ କାମ କରୁଥିଲେ । ସେ ମାଲିକଙ୍କ ଘରେ ଆତ୍ମହତ୍ୟା କରିଥିଲେ । ସେ ସମାଜରେ ସେହି ସମୁଦାୟ ସହ ସଂପୃକ୍ତ ଯେଉଁଠାରେ ମହିଳାଙ୍କୁ ଘର କାମ କରିବା ବ୍ୟତୀତ ଜୀବନଯାପନ ପାଇଁ କିଛି ଟଙ୍କା କମାଇବା ପାଇଁ ଆଶା କରାଯାଏ । ସେଶନ କୋର୍ଟ ନିଜ ଟିପ୍ପଣୀରେ କହିଥିଲେ ଯେ ଘର କାମ କରିବା ଏବଂ ଜୀବିକାଉପାର୍ଜନ କରିବା ପାଇଁ ଘରୋଇ ସହାୟିକା ଭାବରେ କାହା ଘରେ କାମ କରିବା ପ୍ରିୟଙ୍କାଙ୍କ ଦାୟିତ୍ୱ ଥିଲା । ଏଥିପାଇଁ ପ୍ରିୟଙ୍କାଙ୍କୁ ତାଙ୍କ କାମ ବ୍ୟତୀତ ଘର କାମ କରିବା ପାଇଁ କହିବା କ୍ରୁରତା କୁହାଯିବନାହିଁ ।

ପ୍ରିୟଙ୍କା ଶାଶୁ ଏବଂ ତାଙ୍କ ମା’ଙ୍କ ବିରୋଧରେ ଅଦାଲତରେ ପକ୍ଷ ରଖିଥିଲେ ପ୍ରିୟଙ୍କାର ପରିବାର ଲୋକେ । ସେମାନେ ଅଭିଯୋଗ କରିଥିଲେ ଯେ ପ୍ରିୟଙ୍କାଙ୍କ ଶାଶୁ ଏବଂ ସ୍ୱାମୀ ତାଙ୍କୁ ରଙ୍ଗକୁ ନେଇ ତୁଳନା କରୁଥିଲେ । ତାଙ୍କ ଚରିତ୍ର ଉପରେ ସନ୍ଦେହ କରିଥିଲେ । ତାଙ୍କୁ ନିଜ ପରିବାର ସହ କଥା ହେବାକୁ ଦେଉନଥିଲେ ଏବଂ ତାଙ୍କୁ ପ୍ରତିଦିନ ୬ କିମି ରୁ ଅଧିକ ଚାଲିବାକୁ ବାଧ୍ୟ କରିଥିଲେ ।

ଅଦାଲତ କହିଥିଲେ ଯେ ଅଭିଯୋଜନ ପକ୍ଷ ଯାହାବି କହିଛନ୍ତି ଯେ ତାହା ସାଧାରଣତଃ ସମାଜର ତଳ ସ୍ତରର ଏକ ମହିଳାଙ୍କ ଦୈନିକ ଜୀବନରେ ହୋଇଥାଏ । ଯେଉଁଥିରେ ପ୍ରିୟଙ୍କା ସଂଶ୍ଲିଷ୍ଟ ଥିଲେ । ଅଦାଲତ କହିଥିଲେ ଯେ ପ୍ରିୟଙ୍କାଙ୍କ ଜୀବନକୁ କୌଣସି ବିପଦ ନଥିଲା । ଅପମାନିତ କରିବା, ବିରୋଧରେ କହିବା ଏବଂ ପ୍ରତିବନ୍ଧକ ସାଧାରଣତଃ କୌଣସି ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରେରିତ କରିନଥାଏ । ଯେପର୍ଯ୍ୟନ୍ତ ଅଭିଯୁକ୍ତ ଅପରାଧିକ ଭାବନା ରଖି ତାଙ୍କ ସହ ବାରମ୍ବାର ମାରପିଟ୍ କରୁନାହିଁ ଏବଂ ମାନସିକ ନିର୍ଯ୍ୟାତନା ଦେଉନାହିଁ ।

ଅଦାଲତ କହିଥିଲେ ଯେ ପୀଡ଼ିତାଙ୍କୁ କାମକୁ ଚାଲିଚାଲି ଯିବା ପାଇଁ ବାଧ୍ୟ ହେବାକୁ ପଡ଼ିଥିଲା କାରଣ ତାଙ୍କ ପତି ପ୍ରତିଦିନ ଯିବା ଆସିବା ଖର୍ଚ୍ଚ ଉଠାଇପାରୁନଥିଲେ । ଅଦାଲତ କହିଥିଲେ ଯେ ତଥ୍ୟାତ୍ମକ ପରିସ୍ଥିତିକୁ ମାନସିକ କ୍ରୁରତା କାରଣ କୁହାଯାଇପାରିବ ନାହିଁ । କାରଣ ଏହା ଏକ ପ୍ରାକୃତିକ ଘଟଣା ଅଟେ । ଏବଂ ସାଧାରଣତଃ ସମାଜର ସେହି ସବୁ ପରିବାରରେ ଦେଖାଯାଏ ଏହି କଥାର କୌଣସି ସ୍ପଷ୍ଟ ଚିତ୍ର ନାହିଁ ଯେ ପ୍ରିୟଙ୍କା କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ।

Get real time updates directly on you device, subscribe now.