fbpx

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବିଶ୍ୱ ବିଜୟୀ ରୋହିତ ସେନା, ସନ୍ଧ୍ୟାରେ ଗ୍ରାଣ୍ଡ ସେଲିବ୍ରେସନ

Advertisement

ଓଡିଶା ଭାସ୍କର: ଦିଲ୍ଲୀ ବିମାନ ବନ୍ଦରରେ ସକାଳେ ପହଞ୍ଚି ସାରିବା ପରେ ଏବେ ଟିମ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଯାଇଛି । ତା’ ପୂର୍ବରୁ ହୋଟେଲ ITC ମୌର୍ଯ୍ୟରେ ରୋହିତ ସେନା କେକ କାଟି ବିଶ୍ୱ ବିଜୟକୁ ପାଳନ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ମଧ୍ୟ ଟିମ ଇଣ୍ଡିଆ ସହ କଥା ହୋଇ ସାରିଛନ୍ତି ଫୋନ ମାଧ୍ୟମରେ । ମାତ୍ର ଏବେ ସିଧାସଳଖ ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ । ସେମାନଙ୍କୁ ଶୁଭେଚ୍ଛା ଦେବେ ଓ ବିଶ୍ୱ ବିଜୟୀ ଦଳ ସହ ବାର୍ତ୍ତାଳାପ କରିବେ ବୋଲି ଜଣା ପଡିଛି । ପରେ ଦଳ ମୁମ୍ବାଇରେ ଆଜି ସନ୍ଧ୍ୟାରେ ଭିକ୍ଟ୍ରି ପ୍ୟାରେଡରେ ଯୋଗ ଦେବ । ଆଜି ସକାଳୁ ଦଳକୁ ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ ବହୁ ପ୍ରଶଂସକ ।

Get real time updates directly on you device, subscribe now.