fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯ ଲକ୍ଷ ୬ ହଜାର ୭୮୦କୁ ବୃଦ୍ଧି

Advertisement

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୬ ହଜାର ୭୮୦ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୩ ଲକ୍ଷ ୪୪ ହଜାର ୮୯୩ କୁ ବୃଦ୍ଧି ପାଇଛି । ମୋଟ ୧୬ କୋଟି ୫୦ ଲକ୍ଷ ୭୧ ହଜାର ୧୯୯ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୧୩ ଲକ୍ଷ ୬୬ ହଜାର ୯୧୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୮୧ ହଜାର ୫୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ କରୋନା ପ୍ରଭାବିତ ୨୨୨ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୧୮ ହଜାର ୨୯୩ରେ ପହଞ୍ଚିଛି । ବିଶ୍ୱରେ କୋଭିଡ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଭାରତ ଥିବାବେଳେ ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ ।

Get real time updates directly on you device, subscribe now.