fbpx

୪୧ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୫ ହଜାର ୪୩୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ କୋଟି ୧୧ ଲକ୍ଷ ୯୬ ହଜାର ୬୩୪କୁ ବୃଦ୍ଧି ପାଇଛି । ମୋଟ ୧୭ କୋଟି ୪୧ଲକ୍ଷ ୫୦ ହଜାର ୩୬୭ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୨୯ ଲକ୍ଷ ୪୦ ହଜାର ୮୩୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୮୦ ହଜାର ୫୩୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୦ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୪ ହଜାର ୭୪୬ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.