fbpx

World Cup 2023; ଲଢେଇ ପୂର୍ବରୁ ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ କାରଣ….

ଅହମ୍ମଦାବାଦ୍‌‌ ; ଜୋରସୋରରେ ଚାଲିଛି ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ମହାଲଢେଇ । ପ୍ରତିଦିନ ବଡ଼ ବଡ଼ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳୁଛି । କିନ୍ତୁ ଆସନ୍ତାକାଲି ଅର୍ଥାତ ଶନିବାର ମ୍ୟାଚକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । କାରଣ ଆସନ୍ତାକାଲି ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ହେଲେ ଏହି ମ୍ୟାଚ ପୂର୍ବରୁ ଏକ ବଡ଼ ସମ୍ଭାବନା ଆସି ପହଞ୍ଚିଛି ଯାହାକୁ ନେଇ ସମସ୍ତ କ୍ରୀଡ଼ାପ୍ରେମୀ ଚିନ୍ତାରେ ପଡିଛନ୍ତି ।

ଆସନ୍ତା ୫ ଦିନ ଯାଏ ଗୁଜରାଟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ମାତ୍ର ଅକ୍ଟୋବର ୧୪ରେ ଅହମ୍ମଦାବାଦ୍‌‌ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। ପୂରା ଆକାଶ ମେଘାଚ୍ଛନ୍ନ ରହିବ। ଦିନକ ପରେ ଅହମ୍ମଦାବାଦ୍‌‌ ଓ ବାଂଶକଣ୍ଠା, ସବରକଣ୍ଠା ଓ ଆରାଭଲ୍ଲିରେ ହାଲୁକା ଧରଣର ବର୍ଷା ହୋଇପାରେ। ସେହିପରି ଶନିବାର ଅହମ୍ମଦାବାଦରେ କଳା ବାଦଲ ଦେଖାଯିବ ଓ ମ୍ୟାଚ୍‌ ବେଳେ ହାଲୁକା ବର୍ଷା ମଧ୍ୟ ହୋଇପାରେ। ଏନେଇ ସୂଚନା ଦେଇ କହିଛନ୍ତି ଅହମ୍ମଦାବାଦ୍‌‌ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ।

ତେବେ ଯଦି ଆସନ୍ତାକାଲି ବର୍ଷା ଜାରି ରହେ ତାହେଲେ ଏହି ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେବାର ସମ୍ଭାବନା ରହିଛି । ଏଠାରେ କହି ରଖୁଛୁ ଯେ, ପୂର୍ବରୁ ଏସିଆନ ଗେମରେ ମଧ୍ୟ ଏହି ସମାନ ପରିସ୍ଥିତି ଦେଖାଦେଇଥିଲା । ଭାରତ-ପାକିସ୍ତାନ ମ୍ୟାଚ ମାନଙ୍କରେ ବର୍ଷା ବାଧକ ସାଜିଥିବା ବେଳେ ମ୍ୟାଚଗୁଡିକ ବାତିଲ ମଧ୍ୟ ହୋଇଥିଲା । ଅନ୍ୟପଟେ ଭାରତର ସମସ୍ତ ୱାର୍ମଅପ ମ୍ୟାଚ ବର୍ଷାରେ ଧୋଇଯାଇଥିବା ବେଳେ ଠିକ୍ ଭାବେ ଟିମ୍ ଇଣ୍ଡିଆ ନିଜର ପ୍ରସ୍ତୁତି ମଧ୍ୟ କରିପାରିନି । ତେବେ ଏଭଳି ପରିସ୍ଥିତିରେ ଭାରତର ବହୁ ପ୍ରତିକ୍ଷିତ ମ୍ୟାଚ ବି ବର୍ଷାରେ ଧୋଇଯିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.