fbpx

ବାଂଲାଦେଶରେ ବିଶ୍ୱକପ ବିପଦ, ଅଷ୍ଟ୍ରେଲିୟ ମହିଳା କ୍ରିକେଟର ଦେଲେ ବୟାନ, ତେବେ କେଉଁଠି ଖେଳାଯିବ ମହିଳା T-20 ବିଶ୍ୱକପ

ଓଡିଶା ଭାସ୍କର: ବାଂଲାଦେଶର ରାଜନୈତିକ ଅସ୍ଥିରତା କ୍ରୀଡା ଜଗତକୁ ମଧ୍ୟ ପ୍ରଭାବିତ କରିଛି । ଏହି ଦେଶରେ ଅନ୍ତରୀଣ ସରକାର ଗଠନ ପରେ ବି ଲଗାତାର ଭାବରେ ହିଂସା ବଢିବାରେ ଲାଗିଛି । କମିବାର ନାଁ ନେଉନି ବାଂଲାଦେଶ ହିଂସା । ଫଳରେ ଏହା କ୍ରିକେଟ ଜଗତ ପାଇଁ ଅଶୁଭକର ସାବ୍ୟସ୍ତ ହୋଇଛି । କାରଣ ଏହି ଦେଶରେ ହିଁ ମହିଳା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳାଯିବାର ଅଛି । ତେବେ ସତରେ କ’ଣ ଏହା ସମ୍ଭବ ହୋଇ ପାରିବ ଏଭଳି ପରିସ୍ଥିତିରେ ।

ଏମିତି ଘଡିସନ୍ଧି ମୁହୂର୍ତ୍ତରେ ଅଷ୍ଟ୍ରେଲିଆ ମହିଳା ଦଳର ଷ୍ଟାର ବ୍ୟାଟର ଏଲିସା ହିଲିଙ୍କ ବୟାନ ଏବେ ଚର୍ଚ୍ଚା ସାଉଁଟୁଛି । ସେ କହିଛନ୍ତି ଯେ, ବାଂଲାଦେଶ ହିଂସା ମଧ୍ୟରେ ମହିଳା ବିଶ୍ୱକପ ଏଠାରେ ଆୟୋଜିତ ହେବା ନିଶ୍ଚିତଭାବରେ ଏକ ବଡ ବିପଦ । କାରଣ ଏହି ଦେଶରେ କୌଣସି ସମୟରେ କିଛି ବି ହେଇପାରେ । କ୍ରିକେଟରଙ୍କ ଜୀବନ ମଧ୍ୟ ଅକାଳରେ ବିପଦ ମଧ୍ୟକୁ ଯାଇପାରେ ।

ପ୍ରକାଶଥାଉ ଯେ, ବାଂଲାଦେଶରେ ୩ ଅକ୍ଟୋବରରୁ ମହିଳା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ୨୦ ଅକ୍ଟୋବରରେ ଖେଳାଯିବ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ ଏବେଯାଏଁ ନିଜର ଶେଷ ନିଷ୍ପତ୍ତି ନେଇ ନାହିଁ । ଏଭଳି ସ୍ଥିତିରେ ସେଠାରେ କ୍ରିକେଟ ଖେଳିବା ଆହ୍ୱାନଭରା ରହିବ ବୋଲି ଅଷ୍ଟ୍ରେଲିୟ ମହିଳା ଷ୍ଟାର କ୍ରିକେଟର ଏଲିସା ହିଲି କହିଛନ୍ତି ।

Get real time updates directly on you device, subscribe now.