fbpx

ଆଜିଠାରୁ ମିଳିବ ବିଶ୍ୱକପ ଟିକେଟ: କେବେ, କେଉଁଠି ଏବଂ କେଉଁ ମ୍ୟାଚ ପାଇଁ ମିଳିବ ଟିକେଟ ଜାଣନ୍ତୁ…

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । ଏଥିପାଇଁ ଉତ୍ସାହ ବଢୁଥିବା ବେଳେ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ତେବେ ସେମାନଙ୍କ ପାଇଁ ଆଜି ଏକ ଖୁସି ଖବର ଆସିଛି । ଆଜିଠାରୁ ଦିନିକିଆ ବିଶ୍ୱକପ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଯାଉଛି । ଭାରତ ଖେଳିବାକୁ ଥିବା ବିଭିନ୍ନ ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ । ପ୍ରଥମେ ବିଶ୍ୱକପର ୩ଟି ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ କରାଯିବ । ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟଚେ ପାଇଁ ଟିକେଟ ବିକ୍ରି କରାଯିବ ।

ଏହାପରେ ସେପ୍ଟେମ୍ବର ୧ ତାରିଖରେ ଧର୍ମଶାଳା, ଲକ୍ଷେ୍ନø ଏବଂ ମୁମ୍ବାଇରେ ହେବା ଥିବା ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ । ସେହିପରି ସେପ୍ଟେମ୍ବର ୨ ତାରିଖରେ ୨ଟି ମ୍ୟାଚ ପାଇଁ ବିକ୍ରି ହେବ ଟିକେଟ । ଏହିଦିନ ବେଙ୍ଗଲୁରୁ ଏବଂ କୋଲକାତା ମ୍ୟାଚ ପାଇଁ ଟିକେଟ ବିକ୍ରି ହେବ । ଶେଷରେ ବହୁ ପ୍ରତିକ୍ଷିତ ତଥା ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ସେପ୍ଟେମ୍ବର ୩ ତାରିଖରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ତେବେ ଏଥିପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଅନେକ କ୍ରିକେଟପ୍ରେମୀ ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ଟିକେଟକୁ ଅପେକ୍ଷା କରିଛନ୍ତି ।

ତେବେ ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ । ଏଥିପାଇଁ ସେପ୍ଟେମ୍ବର ୧୫ ତାରିଖ ଦିନ ଉପଲବ୍ଧ ହୋଇପାରିବ ଏହି ବଡ଼ ମ୍ୟାଚର ଟିକେଟ ।

Get real time updates directly on you device, subscribe now.