fbpx

ବିଶ୍ୱର ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନ୍‌ରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ

ମାଦ୍ରିଦ : ଭାରତ ସମେତ ସାରା ବିଶ୍ୱରେ ମଙ୍କିପକ୍ସ ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରାୟ ୨୫ଟି ରାଷ୍ଟ୍ରକୁ ଏହା କବଳିତ କରିସାରିଲାଣି । ତେବେ ସର୍ବାଧିକ ମଙ୍କିପକ୍ସ ପୀଡିତ ସ୍ପେନ୍‌ରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ସ୍ପେନ୍‌ରେ ୪୨୯୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି ।

କେବଳ ଆଫ୍ରିକାକୁ ବାଦ୍‌ଦେଲେ ଗତ ମେ ମାସ ଆରମ୍ଭରୁ ସାରା ବିଶ୍ୱରେ ୧୮ ହଜାରରୁ ଅଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଲାଣି । ସେଥିମଧ୍ୟରୁ ୭୦ ପ୍ରତିଶତ ୟୁରୋପରେ ଓ ୨୫ ପ୍ରତିଶତ ମାମଲା ଆମେରିକାରେ ଦେଖିବାକୁ ମିଳିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାର ଏହାର ନିରାକରଣ ପାଇଁ ନୂଆ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିଛନ୍ତି । ଆକ୍ରାନ୍ତ ୨୧ ଦିନ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯିବା ସହ ବଥ ଓ ଘାକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହି ରୋଗର ଲକ୍ଷଣ ଶରୀରରେ ୩ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥାଏ । ଜ୍ୱର ସହିତ ମୁଣ୍ଡବ୍ୟଥା, ଗଳା ଯନ୍ତ୍ରଣା, ଶରୀରର ସହ ତ୍ୱଚାରେ ଘା ଦେଖାଦେଇଥାଏ । ତେଣୁ ଏଥିନେଇ ସତର୍କ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.