fbpx

(Video) ସ୍ୱାଗତମ୍ ଅତିଥି… ଭାରତ ମାଟିରେ ବିଶ୍ୱର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ: ଐତିହାସିକ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିପାଇଁ ଆଜି ବିଭିନ୍ନ ରାଷ୍ଟ୍ରମୁଖ୍ୟ ଆଜି ଭାରତରେ ପଦାର୍ପଣ କରୁଛନ୍ତି । ତେବେ ପୃଥିବୀର ବିଭିନ୍ନ ଦେଶରୁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କ ଭବ୍ୟ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରିଛି ଭାରତ । ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ, ବିଦେଶର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସ୍ୱାଗତ କରାଯାଇଛି । ଏଭଳି ଏକ ଐତିହାସିକ ମୁହୂର୍ତ୍ତର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଭାରତରେ ପାରମ୍ପରିକ ସ୍ୱାଗତ ସହିତ ବିଶେଷ ଅତିଥି ଚର୍ଚ୍ଚାରେ ଖୁସି ହୋଇଯାଇଛନ୍ତି ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ରାଷ୍ଟ୍ରମୁଖ୍ୟ । ପରମ୍ପରା ଅନୁସାରେ, ନାଚଗୀତ ଏବଂ ତିଳକ ଚନ୍ଦନ ଦେଇ ଅତିଥିମାନଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିଛନ୍ତି ଦେଶର ନେତା-ମନ୍ତ୍ରୀ । ତେବେ ଏହି ସମୟରେ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ପହଞ୍ଚିଥିଲେ । ତେବେ ସେ ‘ଜୟ ସିୟାରାମ’ ସମ୍ବୋଧନ କରି ଭାରତୀୟ ବଂଶଜ ଋଷି ସୁନକଙ୍କୁ ଭାରତୀୟ ମାଟିରେ ସ୍ୱାଗତ ଜଣାଇଛନ୍ତି ।

ତେବେ ଏହାପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଓମାନରର ଡେପୁଟି ପ୍ରଧାନମନ୍ତ୍ରୀ ଏଚ.ଏଚ ସାୟିଦ, ଋଷର ବୈଦେଶିକ ମନ୍ତ୍ରୀ ସର୍ଜି ଲାଭରୋଭ ମଧ୍ୟ ଭାରତରେ ପହଞ୍ଚି ସାରିଛନ୍ତି । ସେହିପରି ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡେଜଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋଜା ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲନୀ ପ୍ରମୁଖଙ୍କୁ ଜି-୨୦ ସମ୍ମିଳନୀକୁ ଭବ୍ୟ ସ୍ୱାଗତ କରିଛି ଭାରତ । ତେବେ ଭାରତରେ ଜି-୨୦ ସମ୍ମିଳନୀ ଭଳି ଏକ ବିରାଟ ଆୟୋଜନ ହେବା ଦେଶ ପାଇଁ ଏକ ଗର୍ବର ବିଷୟ । ବର୍ତ୍ତମାନ ଏହି ଐତିହାସିକ ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଛି ।

Get real time updates directly on you device, subscribe now.