fbpx

ଲେବାନନ ଏବଂ ଇସ୍ରାଏଲ ମଧ୍ୟରୁ କାହାର ସାମରିକ ଶକ୍ତି ଅଧିକ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ଆକ୍ରମଣରେ ଲେବାନନର ସ୍ଥିତି ଖରାପ ହୋଇଯାଇଛି। ସେହିପରି ଯଦି ଏହି ଦୁଇ ଦେଶ ମୁହାଁମୁହିଁ ହେବେ ତେବେ କଣ ହେବ? ତେବେ ଆସନ୍ତୁ ଜାଣିବା ଦୁଇ ଦେଶର ସାମରିକ ଶକ୍ତି ବିଷୟରେ..

ଲେବାନନ ଗ୍ଲୋବାଲ ଫାୟର ପାୱାରରେ ସାମିଲ ୧୪୫ ଦେଶର ସୂଚୀରେ ଇସ୍ରାଇଲ ଟକ୍କରରେ ନାହିଁ। ଏହି ତାଲିକାରେ ଇସ୍ରାଏଲର ରାଙ୍କିଙ୍ଗ ୧୮ ନମ୍ବର ସ୍ଥାନରେ ରହିଛି, ଯେଉଁଥିରେ ଲେବାନନ ୧୧୧ ତମ ସ୍ଥାନରେ ରହିଛି।

ଇସ୍ରାଏଲ ପାଖରେ ସକ୍ରିୟ ସୈନ୍ୟକର୍ମୀଙ୍କ ସଂଖ୍ୟା ୧.୭୩ ଲକ୍ଷ ରହିଛି। ସେହିପରି ଲେବାନନ ପାଖରେ ୮୦ ହଜାର ରହିଛି। ରିଜର୍ଭ ଫୋସ୭ଙ୍କ କଥା କହିବାକୁ ଗଲେ, ଇସ୍ରାଏଲ ପାଖରେ ୪.୬୫ ଲକ୍ଷ ଅଛି, ଯେଉଁଥିରେ ଲେବାନନ ପାଖରେ ନାହିଁ। ଇସ୍ରାଏଲର ପାରାମିଲିଟାରୀ ଫୋର୍ସରେ ଯବାନଙ୍କ ସଂଖ୍ୟା ୮୦୦୦ ତେବେ ଲେବାନନ ପାଖରେ ମାତ୍ର ୨୫ ହଜାର ରହିଛି। ଇସ୍ରାଏଲ ପାଖରେ ୧୫୩ ଫାଇଟର ଜେଟ୍ସ ଅଛି, ଲେବାନନ ପାଖରେ ୯ ଫାଇଟର ଜେଟ୍ସ ରହିଛି।

ଲେବାନନ ପାଖରେ ୯୮୬୪ ସଶସ୍ତ୍ର ଯାନ ରହିଛି, ସେହିପରି ଇସ୍ରାଏଲ ପାଖରେ ୫୬ ହଜାର ୨୯୦ ଆର୍ମର୍ଡ ହ୍ୱିକଲ ରହିଛି। ଲେବାନନ ପାଖରେ ୩୬୧ଟି ଟ୍ୟାଙ୍କସ ରହିଥିବା ବେଳେ ଇସ୍ରାଏଲ ପାଖରେ ୨୨୦୦ ଟ୍ୟାଙ୍କସ ରହିଛି, ଯାହା ପୂରା ୭ ଗୁଣା ଅଧିକ ଅଟେ।

ହେଲିକପ୍ଟର କଥା କହିଲେ, ଇସ୍ରାଏଲ ପାଖରେ ୧୨୬ ସେହିପରି ଲେବାନନ ପାଖରେ ୬୦ ଟି ରହିଛି। ଇସ୍ରାଏଲର ଏଥିରୁ ୬୦ ରୁ ୪୮ଟି ଆକ୍ରମଣକାରୀ ହେଲିକପ୍ଟର ରହିଛି। ହେଲେ ଲେବାନନ ପାଖରେ ଗୋଟିଏ ବି ନାହିଁ। ଇସ୍ରାଏଲ ପାଖରେ ସ୍ପେଶାଲ ମିଶନ ପୂରା କରିବା ପାଇଁ ୨୩ ଏୟାରକ୬ାଫ୍ଟ ଅଛି, ଯେଉଁଥିରେ ଲେବାନନ ପାଖରେ ଗୋଟିଏ ବି ନାହିଁ।

ଇସ୍ରାଏଲ ପାଖରେ ଟ୍ରେନିଂ ଦେଉଥିବା ଫାଇଟର ଜେଟ୍ସ ୧୫୩ ଅଛି, ଯେଉଁଥିରେ ଲେବାନନ ପାଖରେ ମାତ୍ର ୯ଟି ରହିଛି। ଲେବାନନ ପାଖରେ ଡେଡିକେଟେଡ ଆଟାକ ଏୟାରକ୍ରାଫ୍ଟର ସଂଖ୍ୟା ୯ ରହିଛି,ଯେତେବେଳେ ଇସ୍ରାଏଲ ପାଖରେ ୩୨ଟି ରହିଛି।

ଇସ୍ରାଏଲ ପାଖରେ ୨୪୧ ଫାଇଟର ଏୟାରକ୍ରାଫ୍ଟ ଏବଂ ବେବାନନ ପାଖରେ ଗୋଟିଏ ବି ନାହିଁ। ଇସ୍ରାଏଲ ପାଖରେ ୬୦୧ ଏୟାରକ୍ରାଫ୍ଟ ରହିଥିବା ବେଳେ ଲେବାନନ ପାଖରେ ୭୮ଟି ରହିଛି।

Get real time updates directly on you device, subscribe now.