fbpx

ଆଜି ବିଶ୍ୱ ମଶା ଦିବସ: ଜାଣନ୍ତୁ କାହାର ଅବଦାନକୁ ମନେପକାଇବା ପାଇଁ ପାଳିତ ହେଉଛି ଏହି ଦିବସ

ନୂଆଦିଲ୍ଲୀ : ସାର୍‍ ରୋନାଲ୍ଡରସ୍‍ ୧୮୯୭ ମସିହା ଆଜିର ଦିନରେ ତାଙ୍କର ଆବିଷ୍କାର ଦ୍ୱାରା ବିଶ୍ୱବାସୀଙ୍କୁ ଜଣାଇଥିଲେ ଯେ ମାଇ ଏନୋଫିଲିସ୍‍ ମଶା କାମୁଡିଲେ ମେଲେରିଆ ରୋଗ ହୋଇଥାଏ । ସାର୍‍ ରୋନାଲ୍ଡରସ୍‍ଙ୍କର ଅବଦାନକୁ ମନେପକାଇବା ପାଇଁ ଆଜି ବିଶ୍ୱ ମଶା ଦିବସ ପାଳନ କରାଯାଉଛି । ରୋନାଲ୍ଡରସ୍‍ଙ୍କର ଏହି ଆବିସ୍କାର ପାଇଁ ତାଙ୍କୁ ୧୯୦୨ ମସିହାରେ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା । ମଶା କାମୁଡିବା ଏବଂ ମଶା କାମୁଡାକୁ ପ୍ରତିରୋଧ କରିବା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ନେଇ ବିଶ୍ୱ ମଶା ଦିବସ ପାଳନର ମୂଳ ଲକ୍ଷ୍ୟ ।

କିନ୍ତୁ ଏହାପୂର୍ବରୁ ବିଶ୍ୱାସ ଥିଲା ଯେ, ଦୂଷିତ ବାୟୁ ଶ୍ୱାସ କ୍ରିୟାରେ ନେବା ଦ୍ୱାରା ଏହି ରୋଗ ହୁଏ। ଏପରି ତଥ୍ୟ ଆବିଷ୍କାର ପାଇଁ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା। ‘ବିଶ୍ୱ ମଶା ଦିବସ’ ସମ୍ପର୍କରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ମ୍ୟାଲେରିଆ ରୋଗର କାରଣ ସମ୍ପର୍କରେ ତଥ୍ୟ ଆବିଷ୍କାର ଦିବସ (ଅଗଷ୍ଟ ୨୦)କୁ ବିଶ୍ୱ ମଶା ଦିବସ ଭାବରେ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ‘ମ୍ୟାଲେରିଆର ବିଲୋପ ସାଧନ ପ୍ରାପ୍ତି ହିଁ ଲକ୍ଷ୍ୟ’ (ରିଚିଙ୍ଗ ଦ ଜିରୋ ମ୍ୟାଲେରିଆ ଟାର୍ଗେଟ)। ହଜାର ହଜାର ବର୍ଷ ଧରି ମଣିଷ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇ ଆସୁଛି। ଏହା ମାମୁଲି ନୁହେଁ, ଏକ ମାରାତ୍ମକ ରୋଗ।

ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨୦୧୯ରେ ସାରା ପୃଥିବୀରେ ପାଖାପାଖି ୨୩ କୋଟି ଲୋକ ଏହି ରୋଗରେ କବଳିତ ହୋଇଥିଲେ ଏବଂ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ୨୦୧୬ରେ ଆମ ରାଜ୍ୟରେ ୪.୪ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୪୦,୦୦୦କୁ ଖସି ଆସିଥିଲା। ଅନ୍ୟପକ୍ଷରେ ୨୦୩୦ ସୁଦ୍ଧା ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ବିଲୋପ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମ୍ୟାଲେରିଆ ଏକ ପରଜୀବୀ ରୋଗ। ପରଜୀବୀ ବା ପାରାସାଇଟ୍‌ର ନଁା ‘ପ୍ଲାଜମୋଡିୟମ’, ଯାହା ଥାଏ ମ୍ୟାଲେରିଆ ରୋଗୀ ରକ୍ତରେ। ମାଈ ଏନୋଫିଲିସ ମଶା ରୋଗୀକୁ କାମୁଡି ରକ୍ତ ଶୋଷିଲେ ଏହା ମଶାର ପେଟ ଭିତରକୁ ଚାଲିଯାଏ। ଏହି ସଂକ୍ରମିତ ମଶା ସୁସ୍ଥ ଲୋକଙ୍କୁ କାମୁଡିଲେ ମଶାର ରକ୍ତ ଓ ଲାଳ ସୁସ୍ଥ ଲୋକର ରକ୍ତ ଭିତରକୁ ଚାଲିଯାଇ ତାକୁ ରୋଗାକ୍ରାନ୍ତ କରିପକାଏ। ପ୍ଲାଜମୋଡିୟମ ଫାଲାସିପାରମ୍‌ ହେଉଛି ଅତି ମାରାତ୍ମକ। ଏହାର ବେଳ ହୁଁ ଚିକିତ୍ସା ନ କଲେ ରୋଗୀର କିଡ୍‌ନୀ ଅକାମୀ ହୋଇପଡେ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇ ରୋଗୀ ଅଚେତ ହୋଇ ପଡି ମରିଯାଏ। ରୋଗୀଠାରୁ ମାତ୍ର ଏକ ବୁନ୍ଦା ରକ୍ତ ନେଇ ପରୀକ୍ଷା କଲେ ମ୍ୟାଲେରିଆ ହୋଇଛି କି ନାହିଁ ତାହା ଜଣାପଡିଯାଏ।

Get real time updates directly on you device, subscribe now.