fbpx

ଶେଖ ହସିନାଙ୍କ ପାଇଁ ହୋଇଥିଲା ଷଡଯନ୍ତ୍ର! ବିଦ୍ରୋହକୁ ଦମନ ପାଇଁ ରାଜି ନ ଥିଲା ବାଂଲାଦେଶ ସେନା, ଦେଶ ଛାଡିବା ପୂର୍ବରୁ ସବୁକିଛି ଜାଣିଥିଲା…

.
ଓଡିଶା ଭାସ୍କର: ବାଂଲାଦେଶରେ ଲମ୍ବା ସମୟଧରି ରାଜନୀତିରେ ସକ୍ରିୟ ରହି ସତ୍ତାର ଉପଭୋଗ କରୁଥିଲେ ଶେଖ ହସିନା । ମାତ୍ର ଅଚାନକ ଭାବରେ ସବୁକିଛି ଓଲଟପାଲଟ ହୋଇଗଲା । ସଂରକ୍ଷଣ ବିବାଦ ବିଦ୍ରୋହର ରୂପ ନେଲା । ଦେଶ ଛାଡି ଭାରତର ଶରଣ ନେବାକୁ ବାଧ୍ୟ ହେଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ । ଉପାୟଶୂନ୍ୟ ହୋଇ ପଡିଥିଲେ ଶେଖ ହସିନା ।

କହିରଖୁ, ଭାରତ ଆସିବା ପୂର୍ବରୁ ବାଂଲାଦେଶ ସେନା ବିଦ୍ରୋହକୁ ଦମନ କରିବା ପାଇଁ ନାରାଜ ଥିଲା । ବାଂଲାଦେଶର ସେନା ପ୍ରମୁଖ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରିବାକୁ ମନା କରି ଦେଇଥିଲେ । ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଆସିବାର କେଇ ଘଣ୍ଟା ପୂର୍ବରୁ ସେନା ପ୍ରମୁଖ ତାଙ୍କର ଜେନେରାଲଙ୍କ ସହ ବୈଠକ କରିଥିଲେ ଓ ସେଠାରେ ଏହି ନିର୍ଣ୍ଣୟ ନିଆଯାଇଥିଲା । ରିପୋର୍ଟ ଅନୁସାରେ, ଜେନେରାଲ ୱକର-ଉଜ-ଜମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ସେମାନେ ପ୍ରଦର୍ଶନକାରୀଙ୍କୁ ନେଇ କୌଣସି ବି ଖରାପ ନିଷ୍ପତି ନେବାକୁ ମନା କରି ଦେଇଥିଲେ । ତାହାସହ ଶେଖ ହସିନାଙ୍କ ଦ୍ୱାରା ଦିଆଯାଇଥିବା ଲକଡାଉନ ଆହ୍ୱାନକୁ ବି ବାଂଲାସେନା ସମର୍ଥନ କରି ନଥିଲା । ଯାହାଫଳରେ ସେନାର ବି ବିଶ୍ୱାସଭାଜନ ହୋଇ ପାରି ନଥିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ସେ ବାଧ୍ୟ ହୋଇ ନିରୂପାୟ ଭାବରେ ଭାରତ ଆସି ଶରଣ ନେଲେ ।

ତେବେ ବାଂଲା ସେନା କାହିଁକି ଶେଖଙ୍କୁ ସମର୍ଥନ କଲା ନାହିଁ । ଏହା ପଛରେ ସତ୍ତାକୁ ନେଇ କିଛି କାରଣ ଥାଇ ପାରେ କି! ଏଭଳି ଅନେକ ପ୍ରଶ୍ନ ଏବେ ପ୍ରଶ୍ନ ହୋଇ ରହିଯାଇଛି । ଫଳରେ ୧୫ ବର୍ଷ ନିରଙ୍କୁଶ ଭାବରେ ସତ୍ତାର ଉପଭୋଗ କରିଥିବା ଶେଖ ହସିନାଙ୍କ ଜୀବନ ବିପଦରେ ପଡିଗଲା ଓ ସେ ଭାରତର ଶରଣାର୍ଥୀ ହୋଇଗଲେ ।

Get real time updates directly on you device, subscribe now.