ଲଣ୍ଡନ: ସ୍ଥାନୀୟ କେନିଂଟନ୍ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଭାରତ ହାତରେ ଆଉ ୭ ୱିକେଟ ମହଜୁଦ ଥିବା ବେଳେ ପଞ୍ଚମ ତଥା ଶେଷ ଦିନରେ ଆଉ ୨୮୦ ରନ କଲେ ବିଜୟୀ ହୋଇ ପାରିବ। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନରେ ଅଲଆଉଟ ହୋଇ ଯାଇଥିଲା।
ଭାରତଠାରୁ ପ୍ରଥମ ଇନିଂସରେ ୧୭୩ ରନରେ ଅଗ୍ରଣୀ ହୋଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୮ ୱିକେଟ ହରାଇ ୨୭୦ ରନ କରିବା ପରେ ପାଳି ସମାପ୍ତି ଘୋଷଣା କରିଛି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ଆଲେକ୍ସ କେରି ସର୍ବାଧିକ ୬୬, ଲାବୁସେନେ ୪୧ ଓ ମିଚେଲ ଷ୍ଟାର୍କ ୪୧ ରନ କରିଥିବା ବେଳେ ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ ଓ ସାମି ଏବଂ ଉମେଶ ଯାଦବ ୨ ଲେଖାଏଁ ୱିକେଟ ହାସଲ କରିଥିଲେ।
Stumps called with Kohli, Rahane keeping India in the hunt! 👊
Follow the #WTC23 Final 👉 https://t.co/wJHUyVnX0r pic.twitter.com/Z9yMlvCLYA
— ICC (@ICC) June 10, 2023
ଅଷ୍ଟ୍ରେଲିଆ ୪୪୪ ରନ ବିଜୟ ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ଭାରତ ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳେ ୩ ୱିକେଟ ହରାଇ ୧୬୪ ରନ କରିଛି । ରୋହିତ ଶର୍ମା ୪୩, ଶୁଭମନ ଗିଲ ୧୮, ଚେତେଶ୍ୱର ପୂଜାରା ୨୭ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ୪୪ ଓ ପ୍ରଥମ ଇନିଂସର ସର୍ବାଧିକ ରନ ହାସଲକାରୀ ଅଜିଙ୍କ୍ୟା ରାହାଣେ ୨୦ ରନ କରି ଅପରାଜିତ ଅଛନ୍ତି ।