fbpx

ବିଶ୍ୱର ସବୁଠାରୁ ବଡ଼ କାଚର ଅଟ୍ଟାଳିକା, ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ…

ଓଡ଼ିଶା ଭାସ୍କର: ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି ଯାହାର ନାମ ଆପଣ କେବେ ଶୁଣିନଥିବେ । ଏଭଳି ସ୍ଥାନରେ ଅନେକ ଅଜବ ଗଜବ ଜିନିଷ ଦେଖିବାକୁ ମିଳିଥାଏ । ସାଉଦୀ ଆରବର ଅଲ୍‌ଉଲା(AlUla)ରେ ସ୍ଥିତ ବିଶ୍ୱର ସବୁଠାରୁ ବଡ଼ କାଚର ବିଲ୍ଡିଂ । ଏହାକୁ ଦେଖିଲେ ଆଖି ଝଲସି ଯିବ । ଏହି ବିରାଟ କାଚ ବିଲ୍ଡିଂର ନାମ ହେଉଛି ମାରାୟା(Maraya) । ବିଶ୍ୱର ବୃହତ୍ତମ କାଚ ବିଲ୍ଡିଂ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ ହୋଇଛି ମାରାୟା । ଆରବ ଭାଷାରେ ମାରାୟା ଶବ୍ଦର ଅର୍ଥ ହେଉଛି ଦର୍ପଣ ବା ପ୍ରତିବିମ୍ବ । ସୋସିଆଲ ମିଡ଼ିଆରେ ଏହି ବିଲ୍ଡିଂର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । Xudong 1966 ନାମକ ବ୍ୟବହାରକାରୀ ‘ଏକ୍ସ’ରେ ଏହି ଭିଡ଼ିଓକୁ ପୋଷ୍ଟ କରି ଲେଖିଛନ୍ତି, ‘ମାରାୟା ହେଉଛି ଦୁନିଆର ସବୁଠାରୁ ବଡ଼ କାଚର ବିଲ୍‌ଡ଼ିଂ । ଏହି ବିଲ୍ଡଂ ଲମ୍ବା ଥିବାରୁ କାଚରେ ଆଖପାଖ ଦୃଶ୍ୟ ଯଥା ପାହାଡ଼, ରାସ୍ତା, ଗଛ, ଗାଡ଼ିର ପ୍ରତିବିମ୍ବ ସ୍ପଷ୍ଟ ଭାବରେ ଦେଖାଯାଉଛି ।’

ରିପୋର୍ଟ ଅନୁଯାୟୀ ୧୦୫ ହଜାର ବର୍ଗ ଫୁଟରେ ନିର୍ମିତ ଏହି ବିଲ୍ଡିଂ ୯ ହଜାର ୭୪୦ଟି ଗ୍ଲାସ ପ୍ୟାନେଲ ଲାଗିଛି । ଚାରି ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ମନୋରଂଜନ, ଇଭେଣ୍ଟ, କନଫେରେନ୍ସ ଓ ଡ଼ାଇନିଂ ଭଳି ଅନ୍ୟାନ୍ୟ ସୁବିଧା ରହିଛି । ଏହି କାଚ ବିଲ୍ଡିଂରେ ଅନେକ ଆନ୍ତର୍ଜାତୀୟ କଳାକାର ଶୋ’ ମଧ୍ୟ କରିଥିଲେ । ଏହି କାଚ ବିଲ୍ଡିଂର ବାସ୍ତୁଶିଳ୍ପ ସତରେ ନିଆରା ।

Get real time updates directly on you device, subscribe now.