fbpx

Incognito ମୋଡ଼ରେ ଗୁଗୁଲ ସର୍ଚ୍ଚ କରୁଥିଲେ ସାବଧାନ ! ଆପଣ ସ୍ପାଏର ଶିକାର ହୋଇପାରନ୍ତି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ଲାଗିଛି ବଡ଼ ଝଟକା । ଆମେରିକାରେ ଗୁଗୁଲ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଉଲ୍ଲଂଘନ କରିବା ଅଭିଯୋଗରେ ଉକ୍ତ କମ୍ପାନୀ ଉପରେ ମାମଲା ରୁଜୁ କରାଯାଇଛି । ରିପୋର୍ଟ ଅନୁଯାୟୀ ଗୁଗୁଲ ଉପରେ ଅଭିଯୋଗ ରହିଛି ଯେ ଏହି ସର୍ଚ୍ଚ ଇଞ୍ଜିନର ‘ପ୍ରାଇଭେଟ୍ ମୋଡ୍‌’ ବା Incognito ମୋଡରେ ବ୍ୟବହାରକାରୀମାନେ ବ୍ରାଉଜ୍ କରିବା ସମୟରେ ସେମାନଙ୍କର ଗୋପନୀୟତା ବଜାୟ ରହୁନି । ଗୁଗୁଲ ଏନାଲିଟିକ୍ସ, କୁକିଜ୍ ଏବଂ ବିଭିନ୍ନ ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ଜାସୁସୀ କରାଯାଉଛି । ଏଥିପାଇଁ କମ୍ପାନୀକୁ ୫ ବିଲିୟନ ଡଲାର(୪୧ ହଜାର କୋଟି ଟଙ୍କା) ଜୋରିମାନା ଦେବାକୁ ପଡ଼ିପାରେ ।

Get real time updates directly on you device, subscribe now.