fbpx

Bank Of Barodaର ବଡ଼ ଘୋଷଣା: ସ୍ଥାୟୀଜମାରେ ଗ୍ରାହକଙ୍କୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ବ୍ୟାଙ୍କରେ ବର୍ତ୍ତମାନ ଗ୍ରାହକ ମୁଖ୍ୟତଃ ଫିକ୍ସଡ ଡିପୋଜିଟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିରେ ଗ୍ରାହକ ନିବେଶ କରିଥିବା ଟଙ୍କା ସୁରକ୍ଷିତ ରହିଥାଏ, ଏହାସହିତ ନିଶ୍ଚିତ ଭାବରେ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ବର୍ତ୍ତମାନ ଏହି ଏଫଡିକୁ ନେଇ ଏକ ବଡ଼ ଘୋଷଣା କରିଛି ବ୍ୟାଙ୍କ ଅଫ୍ ବରୋଦା । ଗ୍ରାହକଙ୍କ ପାଇଁ ନୂଆବର୍ଷର ଉପହାର ଭେଟି ଦେଇଛି ଏହି ସରକାରୀ ବ୍ୟାଙ୍କ । ୨୦୨୪ ନବବର୍ଷ ଆରମ୍ଭ ହେବା ପୂର୍ବରୁ ସ୍ଥାୟୀ ଜମାରେ ସୁଧ ହାର ବୃଦ୍ଧି କରିଛି ବ୍ୟାଙ୍କ ଅଫ ବରୋଦା ।
ବିଭିନ୍ନ ଅବଧିର ଏଫଡି ଉପରେ ସୁଧହାର ୧.୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି । ୨୯ ଡିସେମ୍ବର ୨୦୨୩ ତାରିଖର ଏହି ନୂଆ ସୁଧହାର ଲାଗୁ ହୋଇଛି । ଏହାପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ସବଧି ଜମା ଉପରେ ସୁଧହାର ବୃଦ୍ଧି କରିଛି ।

ଏ ନେଇ ବ୍ୟାଙ୍କ ଅଫ ବରୋଦା କହିଛି ଯେ, ୨ କୋଟି ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଅବଧିର ଏଫଡି ଉପରେ ସୁଧହାର ୦.୦୧ ପ୍ରତିଶତରୁ ୧.୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ୭-୧୪ ଦିନ ଅବଧି ମଧ୍ୟରେ ସର୍ବାଧିକ ୧.୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ଜମାଗୁଡ଼ିକ ପାଇଁ ସୁଧହାର ୩ ପ୍ରତିଶତରୁ ବୃଦ୍ଧି ହୋଇ ୪.୨୫ରେ ପହଞ୍ଚିଛି । ଏହାପରେ ୧୫-୪୫ ଦିନ ଅବଧି ପାଇଁ ସୁଧହର ଏକ ପ୍ରତିଶତ ବୃଦ୍ଧି ୪.୫୦ ପ୍ରତିଶତ କରିଛି ବ୍ୟାଙ୍କ ଅଫ୍ ବରୋଦା ।

ବ୍ୟାଙ୍କର ଏଫଡି ଦର:

– ବ୍ୟାଙ୍କ ଅଫ ବରୋଦା ୭ ଦିନରୁ ୧୪ ଦିନ ପର୍ଯ୍ୟନ୍ତର ଅବଧି ପାଇଁ ସୁଧହାର ୩ ପ୍ରତିଶତରୁ ୪.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

– ସେହିପରି ୧୫-୪୫ ଦିନର ଅବଧି ପାଇଁ ଏହି ହାର ୧୦୦ ବେସିସ ପଏଣ୍ଟ ବୃଦ୍ଧି କରି ୩.୫୦ ପ୍ରତିଶତରୁ ୪.୫୦ ପ୍ରତିଶତକୁ ଆଣିଛି ବ୍ୟାଙ୍କ ।

– ୪୬ -୯୦ ଦିନ ଅବଧିର ଫିକ୍ସଡ ଡିପୋଜିଟ ପାଇଁ ସୁଧହାର ୫ପ୍ରତିଶତରୁ ୫.୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

– ଏହାବ୍ୟତୀତ ୯୧-୧୮୦ ଦିନ ପର୍ଯ୍ୟନ୍ତର ଅବଧି ପାଇଁ ସୁଧହାର ୫ ପ୍ରତିଶତରୁ ୫.୬୦ ପ୍ରତିଶତରୁ ବୃଦ୍ଧି କରାଯାଇଛି ।

– ଶେଷରେ ୧୮୧ ଦିନରୁ ୨୧୦ ଦିନର ଅବଧି ପାଇଁ ବ୍ୟାଙ୍କ ଅଫ୍ ବରୋଦା ୨୫ ବେସିସ ପଏଣ୍ଟ ବୃଦ୍ଧି କରିଥିବା ସୂଚନା ଦେଇଛି ।

Get real time updates directly on you device, subscribe now.