fbpx
BSKY
BJD YOUTH SKY
BJD MS SKY

IAF ଅଫିସର ହେବାର ସ୍ୱପ୍ନ ହେବ ସତ… ଆବେଦନ କରିବାର ଶେଷ ତାରିଖ ଆଜି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଅନେକ ଯୁବପିଢୀଙ୍କ ଆଶା ରହିଛି । ତେବେ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଆପଣଙ୍କ ପାଖରେ ଆଜି ଶେଷ ତାରିଖ ରହିଛି । କାରଣ ଆଜି ଭାରତୀୟ ବାୟୁସେନା IAF AFCAT 2024 ପାଇଁ ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ । ଆଜି ପରେ ଏହି ପଞ୍ଜୀକରଣ ପ୍ରକିୟା ବନ୍ଦ କରିଦେବ ବାୟୁସେନା । ଯେଉଁ ଇଚ୍ଛୁକ ପ୍ରାଥିମାନେ ବାୟୁସେନାରେ କମନ୍ ଆଡମିଶନ୍ ଟେଷ୍ଟ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ IAF AFCATର ଅଫିସିଆଲ ୱେବସାଇଟ afcat.cdac.in ଜରିଆରେ ଆବେଦନ କରିପାରିବେ ।

ଏହି ଅଭିଯାନରେ ମୋଟ ୩୧୭ ଜଣଙ୍କୁ ବାୟୁସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିପାରିବ । ତେବେ AFCAT ପରୀକ୍ଷା ଆସନ୍ତା ଫେବୃଆରୀ ୧୬, ୧୭ ଏବଂ ୧୮ ତାରିଖରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥିଙ୍କ ପାଇଁ ଦଶମ ଏବଂ ଦ୍ୱାଦଶରେ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଅତି କମରେ ୫୦% ମାର୍କ ରଖି ପାସ୍ ହୋଇଥିବା ଆବଶ୍ୟକ । ଏହାସହିତ ପ୍ରାର୍ଥି କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଅତିକମରେ ୬୦% ମାର୍କ ସହ ୩ ବର୍ଷର ଡିଗ୍ରୀ କୋର୍ସ ଏବଂ ଗ୍ରାଜୁଏଟ କରିଥିବା ଆବଶ୍ୟକ । ଏହାବ୍ୟତୀତ ଫ୍ଲାଇଙ୍ଗ ବ୍ରାଞ୍ଚ ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥିଙ୍କ ବୟସସୀମା ୨୦ରୁ ୨୪ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଗ୍ରାଉଣ୍ଡ ଡ୍ୟୁଟି ବ୍ରାଞ୍ଚ ପାଇଁ ଏହି ବୟସସୀମା ୨୦-୨୬ ରଖାଯାଇଛି ।

ଅନଲାଇନ ଆବଦେନ ପାଇଁ ଷ୍ଟେପ୍ସ:

ଇଚ୍ଛୁକ ପ୍ରାର୍ଥିଙ୍କୁ ରେଜିଷ୍ଟ୍ରେସନ ଫିସ୍ ଭାବରେ ୫୫୦ ଟଙ୍କାର ଦେୟ ଦେବାକୁ ପଡ଼ିବ । ତେବେ ଏନସିସି ସ୍ୱତନ୍ତ୍ର ଏଣ୍ଟ୍ରି ପାଇଁ ପ୍ରାର୍ଥିମାନଙ୍କୁ କୌଣସି ପଞ୍ଜୀକରଣ ଦେୟ ଦେବାକୁ ପଡ଼ିବ ନାହିଁ । ଅଧିକ ତଥ୍ୟ ଜାଣିବା ପାଇଁ ଭାରତୀୟ ବାୟୁସେନାର ଅଫିସିଆଲ ୱେବସାଇଟ ଦେଖିପାରିବେ ।

୧- ପ୍ରଥମେ AFCATର ଅଫିସିଆଲ ୱେବସାଇଟ afcat.cdac.inକୁ ଓପନ୍ କରନ୍ତୁ

୨- ହୋମ୍ ପେଜରେ ଥିବା AFCAT 01/2024 ଆପ୍ଲିକେସନ ଲିଙ୍କ ଉପରେ କ୍ଲିକ କରନ୍ତୁ

୩- ଏଥିରେ ରେଜିଷ୍ଟର କରିବା ସହ ଆଦେନ ପ୍ରକ୍ରିୟା ଜାରି ରଖନ୍ତୁ

୪- ନିଜର ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ, ଡକ୍ୟୁମେଣ୍ଟସ ଅପଲୋଡ କରନ୍ତୁ ଏବଂ ଆବେଦନ ଶୁଳ୍କ ପୈଠ କରନ୍ତୁ

୫- ଶେଷରେ ଫର୍ମ ସବମିଟ କରି ଏହାର ଏକ ପ୍ରିଣ୍ଟ ରଖିପାରିବେ ।

Get real time updates directly on you device, subscribe now.