fbpx

ହଜାରେ କି ଦୁଇ ହଜାର ନୁହେଁ, ୪.୪୮ ଲକ୍ଷ ଟଙ୍କାର ହୈମବର୍ଗର, କରିଛି ଗିନିଜ ବୁକରେ ରେକର୍ଡ

Advertisement

ଓଡିଶା ଭାସ୍କର: ସାରା ବିଶ୍ୱରେ ଫାଷ୍ଟ ଫୁଟକୁ ବହୁତ ଲୋକ ପସନ୍ଦ କରନ୍ତି । ତେବେ ଆପଣ କେବେ ହୈମବର୍ଗର ଖାଇଛନ୍ତି । ଯଦି ଖାଇଛନ୍ତି ଏହା ସାଧାରଣତଃ ୨୫୦ ରୁ ୮୦୦ ଟଙ୍କା ମଧ୍ୟରେ ମିଳିଯିବ । ଅଧିକାଂଶ ଷ୍ଟ୍ରିଟ ଓ ରେଷ୍ଟୁରାଣ୍ଟରେ ଏହା ମିଳିଯାଏ । ହୈମବର୍ଗର ଏକ ମାଂସହାରୀ ବ୍ୟଞ୍ଜନ ଅଟେ । ସେଥିପାଇଁ ଏହାର ଦାମ୍ କମ୍ ବେଶୀ ହୋଇଥାଏ । ମାତ୍ର ଏମିତି ଏକ ହୈମବର୍ଗର ଅଛି ଯାହାର ଦାମ୍ ୧ ହଜାର କି ୨ ହଜାର ନୁହେଁ, ପ୍ରାୟ ୪.୪୮ ଲକ୍ଷ ଟଙ୍କା । ଯାହା ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡ କରିଛି । କହିରଖୁ, ବିଶ୍ୱର ସବୁଠୁ ମହଙ୍ଗା ହୈମବର୍ଗର ନାଁ ‘ହେଉଛି ଗୋଲଡେନ ବୟ’ । ଏହାର ଦାମ୍ ୫୦୦୦ ୟୁରୋ ମାନେ ଭାରତୀୟ ମୁଦ୍ରାରେ ପ୍ରାୟ ୪.୪୮ ଲକ୍ଷ । ୨୦୨୧ ମସିହାରେ ଏହାକୁ ଶେଫ୍ ରାଁବଟ ତିଆରି କରିଥିଲେ । ନେଦରଲ୍ୟାଣ୍ଡର ୱୁରଥୁଇଜନ ଗାଁ ସ୍ଥିତ ଦ ଡାଲଟନ ରେଷ୍ଟୁରାଣ୍ଟର ମୈନ୍ୟୁରେ ଏହାକୁ ସାମିଲ କରାଯାଇଥିଲା । ସୂଚନା ଅନୁସାରେ, ଏହାର ଏତେ ଦାମ ହେବା ପଛର କାରଣ ଏଥିରେ ବ୍ୟବହୃତ ହୋଇଥିବା ଉଚ୍ଚ ଗୁଣସମ୍ପନ୍ନ ସାମଗ୍ରୀ । ଏହାର ବନକୁ ତିଆରି କରିବା ପେରିଗ୍ନନ ଶେମ୍ପେନର ବ୍ୟବହାର କରାଯାଇଥିଲା । ତାହାସହ ଏହାକୁ ସୁନାର ପତିରେ ଆଚ୍ଛାଦିତ କରାଯାଇଥିଲା । ଏଥିରେ ବିଫ ଟିକ୍କି, କିଙ୍ଗସ କ୍ରେବ, କୈବିୟର ଓ ପିଆଜର ମିଶ୍ରଣ ମଧ୍ୟ ରହିଥିଲା । କୋଭିଡ ୧୯ ମହାମାରୀ ସମୟରେ ଏହାକୁ ଶେଫ ରାଁବଟ ବନାଇଥିଲେ ।

Get real time updates directly on you device, subscribe now.