fbpx

ଲଦାଖରେ ଉନ୍ମୋଚନ ହେଲା ବିଶ୍ୱର ଦୀର୍ଘତମ ଜାତୀୟ ପତାକା

ନୂଆଦିଲ୍ଲୀ: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲଦାଖରେ ଉନ୍ମୋଚିତ ହୋଇଛି ସବୁଠୁ ବଡ଼ ଜାତୀୟ ପତାକା । ଖଦିରେ ତିଆରି ହୋଇଥିବା ଭାରତୀୟ ଜାତୀୟ ପତାକାକୁ ଗାନ୍ଧୀ ଜୟନ୍ତୀ ଅବସରରେ ଉନ୍ମୋଚନ କରାଯାଇଛି । ଏହି ତିରଙ୍ଗାକୁ ଲେହର ଜନସ୍କାର ପାହାଡ଼ରେ ଲଗାଯାଇଛି । ଏହାର ଓଜନ ୧୦୦୦କିଲୋଗ୍ରାମ ରହିଛି । ଏହାର ଲମ୍ବ ୨୨୫ ଫୁଟ ଏବଂ ଓସାର ୧୨୫ ଫୁଟ ରହିଛି ।

ଏହି ପତାକା ଖଦୀ ବିକାଶ ବୋର୍ଡ ଏବଂ ମୁମ୍ବାଇର ଏବଂ ପ୍ରିଣ୍ଟିଂ କମ୍ପାନୀର ସହଯୋଗରେ ତିଆରି କରାଯାଇଛି । ସେନା ମୁଖ୍ୟ ଜେନେରାଲ ଏମ ଏମ ନରୱଣେ ଏବଂ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆର କେ ମାଥୁର ଏହାର ଉନ୍ମୋଚନ କରିଥିଲେ । ଭାରତୀୟ ସେନାର ୧୫୦ ଯବାନ ଧ୍ୱଜାକୁ ୨୦୦୦ ଫୁଟ ଉପରକୁ ନେଇଥିଲେ ଏଥିପାଇଁ ତାଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ଧ୍ୱଜାରୋହଣ ଅବସରରେ ବାୟୁସେନା ତରଫରୁ ମଧ୍ୟ ଫ୍ଲାଇଂ ପାଷ୍ଟର ଆୟୋଜନ କରାଯାଇଥିଲା ।

Get real time updates directly on you device, subscribe now.