fbpx

ଦେଶର ସର୍ବବୃହତ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ: ସମବାୟ କ୍ଷେତ୍ରରେ ବଡ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଦେଶରେ ସର୍ବବୃହତ ଖାଦ୍ୟ ସରକ୍ଷଣ ଯୋଜନାକୁ ମିଳିଛି ଗ୍ରୀନ ସିଗନାଲ । ଏ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସମବାୟ କ୍ଷେତ୍ରରେ ଏହା ଏକ ବଡ ନିଷ୍ପତ୍ତି । ବର୍ତ୍ତମାନ ଦେଶରେ ୧୪୫୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ସଂରକ୍ଷଣ କରିବାର କ୍ଷମତା ରହିଛି । ପାଇଲଟ ପ୍ରକଳ୍ପ ଆଧାରରେ ଏହି ଯୋଜନା ପ୍ରଥମ ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଏ ଯୋଜନା ପାଇଁ ୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଏହି ଯୋଜନା ସାହାଯ୍ୟରେ ସଂରକ୍ଷଣ ଅଭାବରୁ ଖାଦ୍ୟଶସ୍ୟର ଅପଚୟ ଉପରେ ମଧ୍ୟ ରୋକ ଲାଗିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

Get real time updates directly on you device, subscribe now.