fbpx
BJD
BJD SKY
BJD SKY

ଫଙ୍ଗାଲ ସଂକ୍ରମଣ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ଭାସ୍କର: ସାଧାରଣତଃ ବର୍ଷା ଦିନେ ଫଙ୍ଗାଲ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । ବର୍ଷା ପାଣି ଓ କାଦୁଅ ସଂସ୍ପର୍ଶରେ ବାରମ୍ବାର ପାଦ ଓଦା ହୋଇଥାଏ । ଫଳରେ ନଖ କୋଣ ଓ ପାଦ ଆଙ୍ଗୁଠି ମଝିରେ ବ୍ୟାକ୍ଟେରିଆ ବୃଦ୍ଧି ହୋଇ ସଂକ୍ରମଣ ହୋଇଥାଏ । କୁଣ୍ଡାଇ ହେବା, ଆଲର୍ଜୀ, ଚର୍ମ ନାଲି ପଡ଼ିଯିବା, ଫୁଲିଯିବା ଏହାର ଲକ୍ଷଣ ଅଟେ । କିନ୍ତୁ ଶୀତ ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ମୋଜା ପିନ୍ଧି ରହିବା, ଠିକରେ ପାଦ ନ ସଫା କରିବା ଦ୍ୱାରା ଫଙ୍ଗାଲ ସଂକ୍ରମଣ ହୋଇଥାଏ । ଅଧିକାଂଶ ଲୋକମାନେ ଏଥିପାଇଁ ବିଭିନ୍ନ ପ୍ରକାଶ ଔଷଧ ସେବନ କରିବା ସହ ମଲମ ଲଗାଇଥାନ୍ତି । ଏତେ ସବୁ ପରେ ବି କିଛି ଉପସମ ମିଳିନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଘରୋଇ ଉପାୟ ଦ୍ୱାରା ଫଙ୍ଗାଲ ସଂକ୍ରମଣରୁ ରକ୍ଷା ପାଇପାରିବା ।

୧. ନିମ ତେଲ: ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣରେ ଭରପୁର ନିମ ତେଲ । ସଂକ୍ରମିତ ସ୍ଥାନରେ ନିମ ତେଲ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ସମସ୍ୟାରୁ ଉପସମ ମିଳିଥାଏ । ତେବେ ଏହି ତେଲ ଦିନକୁ ଅତି କମରେ ୨ ଥର ଲଗାଇପାରିବେ ।

୨. ଆପଲ ସାଇଡର ଭିନେଗାର: ଆପଲ ସାଇଡର ଭିନେଗାର ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣ ରହିଛି । ପାଦ ଧୋଇବା ସମୟରେ ଏହାର ବ୍ୟବହାର କରିବା ଦ୍ୱାରା ପାଦରେ ଯନ୍ତ୍ରଣା ଏବଂ ଫୁଲା କମିଥାଏ । ତେବେ ସ୍ନାନ କରିବା ସମୟରେ ଏବଂ ରାତିରେ ଶୋଇବା ପୂର୍ବରୁ ଆପଲ ସାଇଡର ଭିନେଗାରରେ ପାଦ ଧୋଇପାରିବେ ।

୩. ଲବଙ୍ଗ ତେଲ: ଲବଙ୍ଗ ତେଲରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଫଙ୍ଗାଲ ସଂକ୍ରମଣକୁ କମ୍ କରିବାରେ ସହାୟକ ହୋଇଥାଏ । ଏହି ତେଲ ବ୍ୟାକ୍ଟେରିଆ ଏବଂ ଫଙ୍ଗସର ବୃଦ୍ଧି ଉପରେ ରୋକ ଲଗାଇଥାଏ । ଏହା ସହ ସଂକ୍ରମଣ କାରଣରୁ ପୋଡ଼ା ଏବଂ କୁଣ୍ଡିଆରୁ ଉପସମ ଦେଇଥାଏ ।

୪. ମେହେନ୍ଦୀ ପତ୍ରର ଲେପ: ଯେକୌଣସି ପ୍ରକାର ଫଙ୍ଗାଲ ସଂକ୍ରମଣ ପାଇଁ ମେହେନ୍ଦୀ ପତ୍ରର ଲେପ ଲାଭଦାୟକ ହୋଇଥାଏ । ପ୍ରଭାବିତ ସ୍ଥାନରେ ଏହି ପତ୍ରର ଲେପ ଲଗାନ୍ତୁ । କିଛି ସମୟ ପରେ ଶୁଖିଗଲା ପରେ ଧୋଇଦିଅନ୍ତୁ । ନିୟମିତ କିଛି ଦିନ ଏହି ଉପାୟ କରିଲେ ପ୍ରଭାବ ଜାଣି ପାରିବେ ।

୫. ଟି ଟ୍ରି ତେଲ ଏବଂ ହଲଦୀ: ଟି ଟ୍ରି ତେଲ ଏବଂ ହଲଦୀର ମିଶ୍ରଣ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣ ଫଙ୍ଗାଲ ସଂକ୍ରମଣକୁ ଦୂରେଇଥାଏ ।

Get real time updates directly on you device, subscribe now.