fbpx

କ’ଣ ଆପଣ ସ୍ୱପ୍ନରେ ନିଜର ବାହାଘର ଦେଖୁଛନ୍ତି କି ? ଜଣାନ୍ତୁ କ’ଣ ରହିଛି ଏହାର ସଂକେତ

ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିବା ତ’ ଅତି ସାଧାରଣ କଥା । ବେଳେ ବେଳେ ଆମେ ଯେଉଁ କଥାକୁ ଅଧିକ ଭାବୁ, ତାହାକୁ ସ୍ୱପ୍ନରେ ଦେଖିଥାଉ । ଏପରି ସ୍ୱପ୍ନର ଅର୍ଥ ଜାଣିବାକୁ ଆମେ ଚିନ୍ତିତ ହେଉ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ସ୍ୱପ୍ନ ଶାସ୍ତ୍ରରେ ମିଳିଯିବ । ସ୍ୱପ୍ନ ଶାସ୍ତ୍ରରେ ଦିଆଯାଇଥିବା ସୂଚନା ଅନୂସାରେ, ପ୍ରତ୍ୟେକ ସ୍ୱପ୍ନର ଏକ ଅର୍ଥ ରହିଛି । ଯଦି ସ୍ୱପ୍ନରେ ଆପଣଙ୍କୁ ନିଜର ବାହାଘର ଦେଖାଯାଉଛି, ତେବେ ଏହାର ଏକ ମହତ୍ତ୍ୱପୂର୍ଣ୍ଣ ସଙ୍କେତ ରହିଛି । ଆସନ୍ତୁ ଜାଣିବା କ’ଣ କହୁଛି ସ୍ୱପ୍ନ ଶାସ୍ତ୍ର…

ନିଜ ବାହାଘର ଦେଖିବା:-
ଅନେକ ଥର ଲୋକମାନେ ସ୍ୱପ୍ନରେ ନିଜର ବାହାଘର ହେଉଥିବା ଦେଖନ୍ତି, ଯାହା ଏକ ଅଶୁଭ ସଙ୍କେତ । ଏହାର ଅର୍ଥ ହେଉଛି ଭବିଷ୍ୟତରେ ଆପଣଙ୍କ ଜୀବନରେ କିଛି ବଡ ଘଟଣା ଘଟିବାକୁ ଯାଉଛି । ଏପରି ପରିସ୍ଥିତିରେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ ।

କୌଣସି ସମ୍ପର୍କୀୟଙ୍କ ବାହାଘର ଦେଖିଲେ :-
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ କୌଣସି ସମ୍ପର୍କୀୟ ବା ବନ୍ଧୁଙ୍କ ବାହାଘର ଦେଖୁଛନ୍ତି, ତେବେ ଏହା ବି ଏକ ଅଶୁଭ ସଙ୍କେତ । ଏହି ସ୍ୱପ୍ନ କହିଥାଏ ଯେ ଆଗାମୀ ସମୟରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ ।

ଦ୍ୱିତୀୟ ଥର ବାହାଘର ସ୍ୱପ୍ନ ଦେଖିଲେ :-
ସ୍ୱପ୍ନରେ ନିଜର ବାହାଘର ଦେଖିବା ମାତ୍ରେ ଆପଣଙ୍କ ମୁଡ୍ ଖରାପ ହୋଇଯାଏ । କିନ୍ତୁ ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଏହା ଆପଣଙ୍କ ଦାମ୍ପତ୍ୟ ଜୀବନ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଇଥାଏ । ଏହି ସ୍ୱପ୍ନର ଅର୍ଥ ହେଉଛି, ନିକଟ ଭବିଷ୍ୟତରେ ଆପଣଙ୍କ ବୈବାହିକ ଜୀବନରେ କିଛି ଅସୁବିଧା ହେବାକୁ ଯାଉଛି ।

ସ୍ୱପ୍ନରେ ବରଯାତ୍ରୀ ଦେଖିବା :-
ଯଦି ଜଣେ ବ୍ୟକ୍ତି ନିଜର ବରଯାତ୍ରୀ ଦେଖନ୍ତି, ତେବେ ଏହା ଏକ ଶୁଭ ସଙ୍କେତ । ଏହାର ଅର୍ଥ ସମାଜରେ ଆପଣଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ, ଯାହାଦ୍ୱାରା ଆପଣଙ୍କର ବହୁତ ଲାଭ ହେବ ।

 

Get real time updates directly on you device, subscribe now.