fbpx

WPL 2024 final: ୧୧୩ ରନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଲଆଉଟ୍, ଆରସିବି ପାଇଁ ୧୧୪ ରନର ବିଜୟ ଲକ୍ଷ୍ୟ

WPL 2024 final: ସୁପର ସଣ୍ତେରେ ଚାଲିଛି ମହା ମୁକାବିଲା। ମହିଳା ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ରେ ଆଜି ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଥିବା ବେଳେ ପ୍ରଥମ ଥର ଦୁଇ ଟିମ୍ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଅଛନ୍ତି। ତେବେ ଏହି ବିଜୟ ଲକ୍ଷ୍ୟ ନେଇ ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୧୩ରେ ଅଲଆଉଟ ହୋଇଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ପାଇଁ ୧୧୪ ରନର ବିଜୟ ଲକ୍ଷ୍ୟ ରହିଛି।

ସୂଚନା ଥାଉକି, ‘ଦିଲ୍ଲୀ କ୍ୟାପିଟାଲ୍ସ’ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅପରପକ୍ଷେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର’ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି । ମେଗ୍ ଲ୍ୟାନିଂଙ୍କ (Meg Lanning) ନେତୃତ୍ୱଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଗତ ବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ତିଆନ୍ସଠାରୁ ପରାସ୍ତ ହୋଇଥିଲା । ହେଲେ ଏଥର ଦଳ ଲିଗ୍ ରେ ଚତ୍ମକାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବା ସହ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି।

ଅପରପକ୍ଷେ ଶୁକ୍ରବାର ଏଲିମିନେଟର ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇକୁ ହରାଇ ପ୍ରଥମ କରି ଫାଇନାଲ୍ ଖେଳିବାକୁ ଯାଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)। ଲିଗ୍ ପର୍ୟ୍ୟାୟରେ ତୃତୀୟ ସ୍ଥାନରେ ଥିବା ଆରସିବି ସୀମିତ ସ୍କୋର ମଧ୍ୟରେ ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଥିବାରୁ ଟିମ୍ ପ୍ଲେୟରଙ୍କ ମନୋବଳ ଦୃଢ ରହିଛି। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ୧୧୪ ରନର ଟାର୍ଗେଟକୁ ଅତି ସହଜରେ ଅତିକ୍ରମ କରି ଆରସିବି ଏଥର ଟାଇଟଲ୍ ହାତେଇପାରେ ବୋଲି କୁହାଯାଉଛି।

Get real time updates directly on you device, subscribe now.