fbpx
BSKY
BJD YOUTH SKY
BJD MS SKY

ଭାରତ ପାଇଁ ଏକାଧିକ ପଦକ ଆଶା: ଆଜି ମଇଦାନକୁ ଓହ୍ଲାଇବେ ଭିନେଶ, ଅଂଶୁ ଓ ଦୀପକ

ଟୋକିଓ,(ଭାସ୍କର ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଭାରତ ହାତ ଗଣତିରେ କେବଳ ତିନି ପଦକ ହାସଲ କରି ଅଟକି ରହିଛି । ତେବେ ଗୁରୁବାର ଦିନ ଭାରତୀୟ ଆଥଲେଟଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । କାରଣ ଏକାଧିକ ଇଭେଣ୍ଟର ପଦକ ପାଇଁ ଲଢ଼େଇ କରିବେ ଭାରତୀୟ ଆଥଲେଟ । ପ୍ରଥମତଃ ରେସଲର ରବି କୁମାର ଦାହିୟା ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲ ଲଢ଼େଇରେ ଅବତ୍ତୀର୍ଣ୍ଣ ହେବାକୁ ଥିବା ବେଳେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ବିରୋଧରେ ଖେଳିବେ । ସେହିପରି ମହିଳା ରେସଲର ଅଂଶୁ ମଲିକ ଓ ଦୀପକ ପୁନିଆ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ କରିବେ ଲଢ଼େଇ । ଅନ୍ୟତମ ମହିଳା ରେସଲର ଭିନେଶ ଫୋଗତ ମଧ୍ୟ ସ୍ୱିଡେନର ସୋଫିଆ ମ୍ୟାଗଦାଲେନା ସହିତ ପ୍ରଥମ ଭାଗ୍ୟ ପରୀକ୍ଷା କରିବେ । ପୁରୁଷ ୨୦ କିମି ରେସ ୱାକରେ କେଟି ଇର୍ଫାନ ,ସନ୍ଦି କୁମାର ଓ ରାହୁଲ ରେହିଲାମଇଦାନକୁ ଓହ୍ଲାଇବେ ।

Get real time updates directly on you device, subscribe now.